ୟୁକ୍ରେନ ସଙ୍କଟ: ସଂଯମତା ପାଇଁ ଭାରତର ନିବେଦନ

ନୂଆଦିଲ୍ଲୀ,୨୨ ।୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ମଙ୍ଗଳବାର ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ରେ ଆୟୋଜିତ ହୋଇଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ଏଥିରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ଯୋଗଦେଇ କହିଛନ୍ତି ୟୁକ୍ରେନ୍‌ରେ ଥିବା ଭାରତୀୟଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ଅଧିକ ଜରୁରୀ । ପାଖାପାଖି ୨୦ ହଜାର ଛାତ୍ରୀଛାତ୍ର ସେଠାରେ ପାଠ ପଢୁଥିବା ବେଳେ ସେମାନଙ୍କ ସୁରକ୍ଷା ଆମର ପ୍ରାଥମିକତା ।
ତେବେ ୟୁକ୍ରେନ୍ ସଙ୍କଟକୁ ନେଇ ଭାରତ କହିଛି ଉଭୟ ପକ୍ଷ ସଂଯମତାର ସହ ଏହି ସମସ୍ୟାର ସମାଧାନ ବାହାର କରିବା ଦରକାର । ଏଥିପାଇଁ ଉଭୟ ପକ୍ଷର ଆବଶ୍ୟକତା ରହିଛି । କୁଟନିତିକ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଉ । ଏମିତି ହେଲେ ନିଶ୍ଚିତ ଭାବେ ସବୁ ସମସ୍ୟାର ସମାଧାନ ଖୁବଶୀଘ୍ର ବାହାରି ପାରିବ ।

Share