Categories: ଖେଳ

ଅଧାରେ ରହିଗଲା ଆଇପିଏଲ୍‌ରେ ଖେଳିବା ସ୍ବପ୍ନ, ଦକ୍ଷତା ସତ୍ତ୍ୱେ ନିରାଶ ହେଲେ…

ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ସାରା ବିଶ୍ୱର ଲୋକପ୍ରିୟ ଲିଗ୍‌ କ୍ରିକେଟ୍‌ ମଧ୍ୟରୁ ଅନ୍ୟତମ। ଏଥିରେ ଦେଶ ତଥା ବିଦେଶର ଖେଳାଳିମାନେ ଖେଳିବା ଲାଗି ସ୍ବପ୍ନ ଦେଖିଥାନ୍ତି। ପ୍ରଦର୍ଶନ ଆଧାରରେ ଅନେକଙ୍କୁ ସେହି ସୁଯୋଗ ମିଳେ। ହେଲେ କିଛି ଖେଳାଳିଙ୍କ ସ୍ବପ୍ନ ଅଧାରେ ରହିଯାଏ। ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୪ ଅକ୍ସନରେ ସେଭଳି କିଛି ଦେଖିବାକୁ ମିଳିଛି। କିଛି ବରିଷ୍ଠ ଖେଳାଳିଙ୍କ ଏଥିରେ ଖେଳିବା ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଛି।
ଆଇପିଏଲ୍‌ରେ ବିକ୍ରି ହୋଇପାରି ନ ଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଜୋଶ୍‌ ହାଜେଲଉଡ୍‌, ଦୁଶ୍ମନ୍ତ ଚାମିରା, କୁଲଦୀପ ଯାଦବ, କୁସାଲ ମେଣ୍ଡିସ, କରୁଣ ନାୟାର, ଷ୍ଟିଭ୍‌ ସ୍ମିଥ ପ୍ରମୁଖ। ତେବେ ଏମାନେ ଲିଗ୍‌ ମଧ୍ୟରେ କୌଣସି ଖେଳାଳି ଆହତ ହେଲେ ସେମାନଙ୍କ ସ୍ଥାନରେ ଖେଳିପାରିବେ।
ଅନ୍‌ସୋଲ୍ଡ ଖେଳାଳି ହେଲେ:
ରିଲି ରୋସୋ, କରୁଣ ନାୟାର, ଷ୍ଟିଭ୍‌ ସ୍ମିଥ, ମନୀଷ ପାଣ୍ଡେ, ଫିଲ୍‌ ସଲ୍ଟ, ଜୋଶ୍‌ ଇଂଲିଶ, କୁସାଲ ମେଣ୍ଡିସ, ଲୋକି ଫର୍ଗୁସନ, ଜୋଶ୍‌ ହାଜେଲଉଡ୍‌, ଆଡିଲ ରଶିଦ, ଓ୍ବାକର ସଲମଖିଲ, ଅକେଲ ହୋସେନ, ଇଶ୍‌ ସୋଧି, ଟାବ୍ରାଇଜ୍‌ ଶାମସି, ମୁଜିବ ଉର ରହମନ, ରୋହନ କୁନ୍ନୁମ୍ମାଲ, ସୌରଭ ଚୌହାନ, ପ୍ରିୟାଂଶ ଆର୍ଯ୍ୟ, ମନନ ଭୋରା, ମହମ୍ମଦ ଅର୍ଶଦ ଖାଁ, ସର୍ଫରାଜ ଖାଁ, ରାଜ ବାଓ୍ବା, ବିଭ୍ରାନ୍ତ ଶର୍ମା, ଅତୀତ ଶେଠ୍‌, ହ୍ରିତିକ ଶୋକେନ, ଉର୍ଭିଲ ପଟେଲ, ବିଷ୍ଣୁ ସୋଲାଙ୍କି, କୁଲଦୀପ ଯାଦବ, ଇଶାନ ପୋରେଲ, ଶିବା ସିଂ, ମୁରୁଗାନ ଅଶ୍ୱିନ, ପୁଲକିତ ନାରଙ୍ଗ, ଫିନ୍‌ ଆଲେନ, କଲିନ ମୁନ୍‌ରୋ, ରସି ଭାନ୍‌ ଡର୍‌ ଡୁସେନ, କ୍ୱାଇସ ଅହମଦ, ଆଷ୍ଟନ ଟର୍ନର, ମିଚେଲ ବ୍ରାସଓ୍ବେଲ, ଜେମ୍ସ ନିଶାମ, କେମୋ ପଲ୍‌, ଓଡେନ ସ୍ମିଥ୍‌, ଶାଇ ହୋପ୍‌, ଦୁଶ୍ମନ୍ତ ଚାମିରା, ବେନ୍‌ ଡ୍ବାରଶୁଇସ, ମ୍ୟାଟ୍ଟ ହେନରି, କାଏଲ ଜେମିସନ।
Share