ଜୟା ବଚ୍ଚନଙ୍କୁ ‘ଦିଦି ବାଈ’ କହି ଡାକନ୍ତି ରେଖା; ଦେଖାହେଲେ…

ବମ୍ବେ: ଭାନୁରେଖା ଗଣେଶନ ଓରଫ ରେଖାଙ୍କର ଆଜି ହେଉଛି ହାପି ବର୍ଥ ଡେ’। ମାତ୍ର ୧୩ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ରେଖା ଏବେ ବି ଏଭରଗ୍ରୀନ। ଯେତେବେଳେ ଅଭିନେତ୍ରୀଙ୍କ ବିଷୟରେ କଥା ଉଠେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ। ଦିନ ଥିଲା ପରଦାରେ ଏହି ଯୋଡ଼ି ସୁପରହିଟ୍‌ ହେବା ପରେ ବ୍ୟକ୍ତିଗତ ଜୀବନରେ ବି ନିକଟତର ହୋଇଥିଲେ। ହେଲେ ପରେ ସବୁକିଛି ଶାନ୍ତ ପଡିଯାଇଥିଲା।

ବିବାହ ପରେ ରେଖାଙ୍କ ସହ ସମ୍ପର୍କ ଥିବାକୁ ନେଇ ଅମିତାଭ ଖବର ଶିରୋନାମାରେ ରହୁଥିଲେ। ସେଭଳି ସ୍ଥିତିରେ ରେଖାଙ୍କୁ ସ୍ତ୍ରୀ ଜୟା ନାପସନ୍ଦ କରିବା କଥା। ମାତ୍ର ରେଖା-ଜୟାଙ୍କ ଭଲ ସମ୍ପର୍କ ରହିଛି। ଜୟାଙ୍କୁ ସ୍ନେହରେ ‘ଦିଦି ବାଇ’ ବୋଲି ଡାକନ୍ତି ରେଖା। ଏକ ସାକ୍ଷାତକାରରେ ସେ କହିଥିଲେ, ଜୟା ସତ କ’ଣ ମିଛ କ’ଣ ଜାଣନ୍ତି। ଏଥିପାଇଁ ତାଙ୍କୁ କେବେ ଭେଟିଲେ ସେ ଖୁସିରେ ମିଶିଥାନ୍ତି। ଜଣେ ଅନ୍ୟଜଣଙ୍କ ହାଲଚାଲ ପଚାରି ବୁଝୁ।

ସେହିଭଳି ଜୟା ଅନ୍ୟ ଏକ ସାକ୍ଷାତକାରରେ ଜଣେ ଭଲ ମଣିଷଙ୍କୁ ବିବାହ କରିଥିବା କହିଥିଲେ। ତାଙ୍କ ପରିବାରରେ ସମସ୍ତେ ବିବାହ ଉପରେ ବିଶ୍ୱାସ କରନ୍ତି। ଯଦି ଅମିତାଭଙ୍କ ପ୍ରେମ ଖବର ସତ ହୋଇଥାନ୍ତା ଉଭୟ ଏକାଠି ନ ଥାନ୍ତୁ ବୋଲି ସେ ବେଶ୍‌ ଦମ୍ଭରେ କହିଥିଲେ।

Share