ବ୍ୟବହାର ହେଉନି ଏସ୍‌ସିଏସ୍‌ଟି ହଷ୍ଟେଲ

ସମ୍ବଲପୁର,୪ା୮(ଶୁଭାଶିଷ ପାଢୀ): ଆଦିବାସୀ ଛାତ୍ର୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା ଉପକରଣ ପ୍ରଦାନ ସହ ସ୍କୁଲ କଲେଜରେ ରହି ପାଠ ପଢିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି। ହେଲେ ସମ୍ବଲପୁର ଜିଲାର ଅଧିକାଂଶ ସ୍କୁଲ ଓ କଲେଜରେ ଥିବା ହଷ୍ଟେଲ ବ୍ୟବହାରରେ ଆସୁନାହିଁ। ସ୍କୁଲ ନିକଟରେ ଘର ହୋଇଥିବାରୁ ଛାତ୍ରୀଛାତ୍ର ହଷ୍ଟେଲରେ ରହିବାକୁ ଇଚ୍ଛା ପ୍ରକାଶ ନ କରିବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ତେଣୁ ବହୁ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ହଷ୍ଟେଲ କୋଠା ନଷ୍ଟ ହେବାକୁ ବସିଛି।
ସୂଚନା ଅନୁସାରେ, ଜିଲାର ୯ ବ୍ଲକ୍‌ର ୧୨୬ ସ୍କୁଲ (ଷଷ୍ଠରୁ ଦଶମ)ରେ ଉଭୟ ବାଳିକା ଓ ବାଳକଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ସୁବିଧା ରହିଛି। ସେହିପରି ୧୦ରୁ ଅଧିକ କଲେଜରେ ହଷ୍ଟେଲ ରହିଛି। କେତେକ ବ୍ଲକରେ ହଷ୍ଟେଲ କୋଠା ଏବେ ମଧ୍ୟ ନିର୍ମାଣାଧୀନ ରହିଛି। ଏଥିପାଇଁ କର୍ମଚାରୀ ନିଯୁକ୍ତି କରାଯାଇ ଦରମା ପ୍ରଦାନ କରାଯାଉଛି। ପ୍ରାୟ ୨୫ ସ୍କୁଲ ଓ ୫ ଗୋଟି କଲେଜରେ ଥିବା ହଷ୍ଟେଲ ବ୍ୟବହାରରେ ଆସୁ ନାହିଁ। ଫଳରେ ହଷ୍ଟେଲ ପାଇଁ ରହିଥିବା ସାମଗ୍ରୀ ନଷ୍ଟ ହେବାକୁ ବସିଛି। ପିଲା ରହୁ ନ ଥିବାରୁ ସଫାସୁତୁରା ହେଉ ନାହିଁ। ଅଳିଆ ଆବର୍ଜନାରେ ପୂରି ରହୁଛି। ସ୍କୁଲ ନିକଟରେ ଘର ଥିବାରୁ ବହୁ ଛାତ୍ରୀଛାତ୍ର କ୍ଲାସ ସରିବା ପରେ ଘରକୁ ଚାଲି ଯାଉଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ବନ୍ଦପଡିଥିବା ସମସ୍ତ ହଷ୍ଟେଲରେ ଚଳିତ ଶିକ୍ଷାବର୍ଷରୁ ଛାତ୍ରୀଛାତ୍ରଙ୍କୁ ରଖିବାକୁ କଡା ତାଗିଦ କରିଛନ୍ତି। ତେଣୁ ଜିଲା ସାମାଜିକ ମଙ୍ଗଳ ବିଭାଗ ପକ୍ଷରୁ ହଷ୍ଟେଲ ଥିବା ସ୍କୁଲ ତନାଘନା କରୁଛନ୍ତି। ହଷ୍ଟେଲରେ ପିଲାଙ୍କୁ ରଖିବାକୁ ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ କଡା ତାଗିଦ କରୁଛନ୍ତି। ଏ ସମ୍ପର୍କରେ ଡିଡବ୍ଲ୍ୟୁଓ ଭାଗୀରଥି ପଟେଲ କହିଛନ୍ତି, ହଷ୍ଟେଲଗୁଡିକ ବନ୍ଦ ଥିବା ନେଇ ଆମ ପାଖରେ ସୂଚନା ରହିଛି। ଚଳିତ ବର୍ଷରୁ ହଷ୍ଟେଲ ଖୋଲିବାକୁ ସମସ୍ତ ସ୍କୁଲକୁ ଚିଠି କରାଯାଇଛି। ସ୍କୁଲକୁ ଯାଇ ଅଭିଭାବକଙ୍କ ସହିତ ବୈଠକ କରାଯାଉଛି ା ଘର ନିକଟରେ ଥିଲେ ମଧ୍ୟ ପିଲାଙ୍କୁ ହଷ୍ଟେଲରେ ଛାଡିବାକୁ ଅନୁରୋଧ କରାଯାଉଛି। ହଷ୍ଟେଲରେ ପିଲାମାନଙ୍କୁ ଖାଇବା ସହ ସମସ୍ତ ସୁବିଧା ଦିଆଯାଉଛି। ହଷ୍ଟେଲରେ ପାଠ ପଢିବାର ପରିବେଶ ରହୁଛି। ସାଙ୍ଗରେ ଶିକ୍ଷକମାନେ ରହୁଛନ୍ତି। ପିଲାମାନେ ଅଧିକ ସମୟ ସେମାନଙ୍କ ସହ ମିଶି ପାଠ ପଢିପାରିବେ। ବନ୍ଦ ପଡିଥିବା ସମସ୍ତ ହଷ୍ଟେଲ କାର୍ଯ୍ୟକ୍ଷମ କରାଯିବାକୁ ଚେଷ୍ଟା ଜାରି ରହିଛି ବୋଲି ସେ କହିଥିଲେ। ଅନ୍ୟପଟେ ମାନେଶ୍ୱର ହାଇସ୍କୁଲ ପରିଚାଳନା କମିଟି ସଦସ୍ୟ ଜତିନ୍ଦ୍ର ବାରିକ କହିଛନ୍ତି, ପିଲାମାନଙ୍କ ପାଠପଢା ପାଇଁ ସରକାର ସୁବିଧା କରୁଛନ୍ତି। ହେଲେ ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ହଷ୍ଟେଲ କୋଠା ନିର୍ମାଣ ହେବା ସମୟରେ ପାଣି, ବିଜୁଳି, ସୁରକ୍ଷା ବ୍ୟବସ୍ଥା, କର୍ମଚାରୀ ନିଯୁକ୍ତି କରିବା ଆବଶ୍ୟକ ରହୁଛି। ହଷ୍ଟେଲ ପରିବେଶ ସୁନ୍ଦର ରହିଲେ ପିଲାମାନେ ରହିବାକୁ ଇଚ୍ଛା ପ୍ରକାଶ କରିବେ। କମିଟି ପକ୍ଷରୁ ମଧ୍ୟ ଅଭିଭାବକମାନଙ୍କୁ ଅନୁରୋଧ କରାଯାଉଛି। ଚଳିତ ବର୍ଷରୁ ମନେଶ୍ୱର ସ୍କୁଲ ପିଲା ହଷ୍ଟେଲରେ ରହିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri