ଅଦିନିଆ ବର୍ଷା: ଜମିରେ ଭାସୁଛି ପାଚିଲା ଧାନ

ଜଳେଶ୍ୱର, ୧୦ା୫ (ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ଚାଷୀମାନଙ୍କ ମୁଖ୍ୟ ଫସଲ ଧାନଚାଷ ା ଏହି ଧାନଚାଷରୁ ସେମାନଙ୍କ ଗୁଜୁରାଣ ମେଣ୍ଟିଥାଏ। କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବ୍ଲକରେ ୨୧୩୦୦ ଏକର ଜମିରେ ରବି ଧାନଚାଷ ହୋଇଛି। ବିଭିନ୍ନ ସମୟରେ ରୋଗପୋକକୁ ସାମ୍ନା କରି ଚାଷୀମାନେ ନୟାନ୍ତ ହୋଇଥିବା ବେଳେ ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ା ଗତ ୧୦ଦିନ ହେଲା ପ୍ରତ୍ୟେକ ଅପରାହ୍ନରେ ବର୍ଷା ପବନ ଲାଗି ରହିଥିବାରୁ ଚାଷୀମାନେ ସେମାନଙ୍କ ଉପତ୍ନ୍ନ ଚାଷକୁ ଅମଳ କରିବାରେ ଅସମର୍ଥ ହୋଇଛନ୍ତି ା ଏବେ ବିଲରେ ଧାନକଟା ହୋଇପଡିଛି ା ଲକ୍‌ଡାଉନ ଚାଲୁଥିବାରୁ ପଶ୍ଚିମବଙ୍ଗରୁ କୃଷି ଶ୍ରମିକ ଆସିବା ସମ୍ଭବ ହୋଇପାରୁନାହିଁ ା ତେଣୁ ହାର୍ଭେଷ୍ଟର୍‌ ଓ ଟ୍ରାକ୍ଟର ଉପରେ ନିର୍ଭର କରିବାକୁ ଚାଷୀ ବାଧ୍ୟ ହେଉଛି ା ୧ ଏକର ଧାନ ଅମଳ ପାଇଁ ୭ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏପରିକି ଠିକ୍‌ ସମୟରେ ମେଶିନ ନ ପାଇ ଚାଷୀ ଚିନ୍ତାରେ ବସିଛି ା ଏଣେ ଓଦା ଧାନକୁ ଖଳାରେ ଶୁଖାଇବା ସମ୍ଭବ ହୋଇପାରୁନାହିଁ ା ହାର୍ଭେଷ୍ଟର ଓ ଟ୍ରାକ୍ଟର ଭଡା ଭରଣ ପାଇଁ ଚାଷୀ ଉପତ୍ନ୍ନ ଧାନକୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି ା ପଶ୍ଚିମବଙ୍ଗର ଦଲାଲମାନେ ଏହାର ସୁଯୋଗ ନେଇ ଚାଷୀଙ୍କୁ ଠକି କୁଇଣ୍ଟାଲ ପ୍ରତି ୧ ହଜାର ଟଙ୍କାରେ କିଣୁଛନ୍ତି । ଏଯାଏ ଧାନମଣ୍ଡି ଖୋଲାଯାଇନାହିଁ ା ଖୁବ୍‌ଶୀଘ୍ର ମଣ୍ଡି ଖୋଲାଯିବ ବୋଲି ସମବାୟବିତ୍‌ ମାନସ ଜେନା କହିଛନ୍ତି। କେତେ ଆଶା ବାନ୍ଧି ବସିଥିବା ଚାଷୀ ଏବେ ଏକର ପ୍ରତି ମାତ୍ର ୨ରୁ ୩ହଜାର ଲାଭ କରିବ, ଯାହାକି ତାର ଆର୍ଥିକ ମାନଦଣ୍ଡକୁ ଭୁଶୁଡି ପକାଇବ। ଝିପି ଝିପି ବର୍ଷା ଫଳରେ ଜମିରେ ପାଣି ଜମିଥିବାରୁ ଟ୍ରାକ୍ଟର ଚକରେ କାଦୁଅ ଆସି ଗ୍ରାମ୍ୟ ରାସ୍ତାଠୁ ଆରମ୍ଭ କରି ଜାତୀୟ ରାଜପଥର ଅବସ୍ଥା ବେହାଲ ହୋଇଛି ା ପିଚୁ କିମ୍ବା କଂକ୍ରିଟ ରାସ୍ତା ଉପରେ ୪ ଇଞ୍ଚ କାଦୁଅ ଜମା ହୋଇଛି ା ସାଧାରଣ ପଥଚାରୀ ଚାଲି ଚାଲି ଯିବା କଷ୍ଟକର ହୋଇପଡୁଛି। ଏପରିକି ୨ଚକିଆ ଓ ୩ ଚକିଆ ଯାନବାହନ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ା ତେଣୁ ଶୀଘ୍ର ସମବାୟ ଜରିଆରେ ଧାନ କିଣିବାକୁ କୃଷକ ନେତା ସୁଦାମ ପାତ୍ରଙ୍କ ସହିତ ବହୁ ଚାଷୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri