Categories: ବାଣିଜ୍ୟ

ଏମ୍‌ଜି କୋମେଟ୍‌ ଇଭିର ଅନାବରଣ

ଭୁବନେଶ୍ୱର,୬ା୫: ଦେଶର ପ୍ରମୁଖ ପ୍ରିମିୟମ କାର୍‌ସ ନିମାତା ଏମ୍‌ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକ୍ଟ୍ରି ଭେଇକିଲ(ଇଭି) ମଡେଲ ‘ଏମ୍‌ଜି କୋମେଟ୍‌ ଇଭି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଏମ୍‌ଜି ଭୁବନେଶ୍ୱରଠାରେ ଏହାର ଅନାବରଣ ହୋଇଯାଇଛି। ଏହି ଅବସରରେ ସାମଲ ଗ୍ରୁପ୍‌ର ଚେୟାରମ୍ୟାନ ଗଙ୍ଗାଧର ସାମଲ, ଏମ୍ପ୍ରିୟ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଅବିନାଶ ସାମଲ, ଏମ୍ପ୍ରିୟ ହୁଇଲସ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ପାର୍ଥ ଗୁରୁ ଏବଂ ଏମ୍‌ଜି ଇଣ୍ଡିଆର ଏଏସ୍‌ଏମ୍‌ (ଓ ଆଣ୍ଡ ସି)ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଏମ୍‌ଜି କୋମେଟ୍‌ର ଭାରିଆଣ୍ଟଗୁଡିକ ସ୍ବତନ୍ତ୍ର ଷ୍ଟାଇଲିଂ ଏବଂ ଏଥିରେ ଅନେକ ବୈଶିଷ୍ଟ୍ୟ ଉପଲବ୍ଧ। ସେହିଭଳି ଉପଭୋକ୍ତାଙ୍କ ପାଇଁ ଏକ ବିସ୍ତୃତ ଶୃଙ୍ଖଳାର ଆଡ୍‌-ଅନ୍‌, ଆକ୍‌ସେସରି, ଫଙ୍କି ବଡି ରାପ୍‌ ଓ କୁଲ୍‌ ଷ୍ଟିକରଗୁଡିକ ସହିତ ବ୍ୟକ୍ତିଗତ ଷ୍ଟେଟ୍‌ମେଣ୍ଟ ସୃଷ୍ଟି କରିବା ପାଇଁ ମଧ୍ୟ ବିକଳ୍ପ ରହିଛି। ଏମ୍‌ଜି କୋମେଟ୍‌ ଇଭି ଏକ ସ୍ବତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ। ଏହାର ପେସ୍‌ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ୭.୯୮ ଲକ୍ଷ ଟଙ୍କା ରହିଛି।

Share