Posted inଜାତୀୟ

ଇ-କମର୍ସକୁ ଅବାଞ୍ଛିତ ଅଙ୍କୁଶ

ମୁମ୍ବାଇ/ନୂଆଦିଲ୍ଲୀ,୨ା୭:ଭାରତରେ ବ୍ୟବସାୟିକ ଧାରାକୁ ବଦଳାଇଦେଇଛି ଇ-କମର୍ସ। ଅନ୍‌ଲାଇନ୍‌ରେ ନିଜ ପସନ୍ଦର ସାମଗ୍ରୀ ଅର୍ଡର କରି ଘରକୁ ମଗାଇବାର ମଜା ଅଲଗା। ଏହା ସୁବିଧାଜନକ ଓ ଶସ୍ତା ମଧ୍ୟ। କରୋନା ମହାମାରୀ ସମୟରେ ଏହି ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ କୋଟି କୋଟି ଲୋକଙ୍କ ଚାହିଦା ପୂରଣ କରିବା ସହ ବାହାରକୁ ବାହାରିବାରୁ ବଞ୍ଚାଇଛନ୍ତି। ଏହାସତ୍ତ୍ୱେ ସବୁଠୁ ଦ୍ରୁତଗତିରେ ବଢ଼ୁଥିବା ବଜାର ଭାରତରେ ଇ-କମର୍ସ କମ୍ପାନୀଗୁଡ଼ିକୁ ବିବାଦର ସାମ୍ନା କରିବାକୁ ପଡ଼ୁଛି।
ନୂଆ ନିୟମ ଅନୁସାରେ ଡେଲିଭରିରେ ବିକ୍ରେତାଙ୍କ ଅବହେଳା ବା ବିଫଳତା ପାଇଁ ଆମାଜନ, ଫ୍ଲିପ୍‌କାର୍ଟ, ବିଗ୍‌ବାସ୍କେଟ, ଜମାଟୋ, ସ୍ବିଗି ଓ ପେଟିଏମ୍‌ ମଲ୍‌ ଭଳି ଇ-କମର୍ସ କମ୍ପାନୀଗୁଡ଼ିକୁ ଦାୟୀ କରାଯିବ। ସରକାରଙ୍କ ଏହି ପ୍ରସ୍ତାବ ସେବା ଓ ସାମଗ୍ରୀ ଯୋଗାଣକାରୀ କମ୍ପାନୀ ଏବଂ କେତ୍ରାଙ୍କ ମଧ୍ୟରେ ମଧ୍ୟସ୍ଥ ଭୂମିକାକୁ ହତ୍ୟା କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଅଗ୍ରଣୀ ଇ-କମର୍ସ କମ୍ପାନୀ ନିଜ ପ୍ଲାଟ୍‌ଫର୍ମ ସାମଗ୍ରୀ ଉପଲବ୍ଧ କରାଇ ନ ପାରିଲେ ବିନା ଦ୍ୱିଧାରେ ଅର୍ଥ ଫେରସ୍ତ ଓ ଗ୍ରାହକ ସନ୍ତୁଷ୍ଟ ନ ହେଲେ ଏକ୍ସଚେଞ୍ଜ ସୁବିଧା ଦେଉଛନ୍ତି। ଏହା ସତ୍ତ୍ୱେ ଆଉ କେଉଁ କଥାରେ ସେମାନଙ୍କୁ ଉତ୍ତରଦାୟୀ କରାଯିବ ବୋଲି କମ୍ପାନୀଗୁଡ଼ିକ ମଧ୍ୟ ଏହି ନୂଆ ନିୟମକୁ ନେଇ ଚିନ୍ତିତ। ଷ୍ଟୋରରୁ ବିକ୍ରି କରାଯାଇଥିବା ଏକ ତ୍ରୁଟିଯୁକ୍ତ ଉତ୍ପାଦ ପାଇଁ ଜଣେ ଛୋଟ ମାଲିକଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ବିଗ୍‌ବାସ୍କେଟ ଏଣ୍ଟରପ୍ରିନ୍ୟୁର୍‌ ତଥା ପ୍ରମୋଟର କେ. ଗଣେଶ କହିଛନ୍ତି। ସେହିପରି ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟର୍ନାଲ ଟ୍ରେଡ୍‌ (ଡିପିଆଇଆଇଟି)ରେ ପଞ୍ଜୀକୃତ ହୋଇ ନ ଥିବା ବିଦେଶୀ କମ୍ପାନୀଗୁଡ଼ିକର ସାମଗ୍ରୀ ମଧ୍ୟ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇପାରିବ ନାହିଁ। ଇ-କମର୍ସ କମ୍ପାନୀ ନିଜ ଗ୍ରାହକଙ୍କ ତଥ୍ୟ ନେଇ ସହଯୋଗୀ କମ୍ପାନୀକୁ ଦେଇ ପାରିବେ ନାହିଁ। ଅର୍ଡର କଲାବେଳେ ସ୍ଥାନୀୟ ବଜାରରେ କେଉଁ ସାମଗ୍ରୀ ଉପଲବ୍ଧ ଅଛି ତାହା ଗ୍ରାହକଙ୍କୁ ଜଣାଇବେ। ଉକ୍ତ ନିୟମ ଲାଗୁ ହେଲେ ଇ-କମର୍ସର ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ତ ହେବ। ଇତିମଧ୍ୟରେ ଆମାଜନ ଓ ଫ୍ଲିପ୍‌କାର୍ଟ କେନ୍ଦ୍ରର ପ୍ରସ୍ତାବିତ ନିୟମକୁ ବିରୋଧ କରିବାକୁ ଯୋଜନା କରିଛନ୍ତି। ଏହି ଦୁଇ କମ୍ପାନୀ ଖାଉଟି ବ୍ୟାପାର ମନ୍ତ୍ରଣାଳୟକୁ ପତ୍ର ଲେଖି ଉକ୍ତ ପ୍ରସ୍ତାବ ପ୍ରତ୍ୟାହାର ପାଇଁ ଅନୁରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri