ପୋଷାକ ପାଇଁ ଉର୍ଫିଙ୍କର ଆଲର୍ଜି, ପୂରା ପୋଷାକ ପିନ୍ଧିଲେ ହୁଏ ଏମିତି ଅବସ୍ଥା!

ମୁମ୍ବାଇ: ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ ଚେହେରା ଉର୍ଫି ଜାଭେଦ । ଯଦିଓ ସେ ବଲିଉଡ ଆସିଥିଲେ ଆକ୍ଟିଂ କରିବାକୁ ହେଲେ ଏବେ ସେ ତାଙ୍କ ଭିନ୍ନ ଡ୍ରେସିଂ ସେନ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ । ସେ ତାଙ୍କର ସିଭଲିଙ୍ଗ ଡ୍ରେସେସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏଥିପାଇଁ ଅନେକ ଥର ସେ ଟ୍ରୋଲର ବି ଶିକାର ହୋଇଛନ୍ତି । ହେଲେ ଏବେ ଶୁଣିବାକୁ ମିଳୁଛି କି ଉର୍ଫି ମଜବୁରି ଯୋଗୁ ଏମିତି ଡ୍ରେସକୁ ଆପଣେଇ ନେଇଛନ୍ତି ।
ନିଜେ ଉର୍ଫି ଏକଥା କହିଛନ୍ତି । ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ତାଙ୍କ ବଡିରେ ହୋଇଥିବା ରାଶେସକୁ ଦେଖାଇଛନ୍ତି । ଯାହାକୁ ନେଇ ସେ ଖୁବ୍ ଚିନ୍ତିତ ବୋଲି କହିଛନ୍ତି । ସେ କହିଛନ୍ତି ଯଦି କେବେ ସେ ପୁରା ଡ୍ରେସ ପିନ୍ଧନ୍ତି ତେବେ ତାଙ୍କ ବଡିର ଅବସ୍ଥା ଏମିତି ହୋଇଥାଏ । କପଡା ଯୋଗୁ ତାଙ୍କର ଆଲର୍ଜି ଥିବାରୁ ସେ ଏମିତି ପୋଷାକ ପିନ୍ଧୁଛନ୍ତି । ସେ କହିଛନ୍ତି ମୋ କଣ୍ଡିସନ ସିରିୟସ ।
ଉର୍ଫି ଟେଲିଭିଜନ ଧାରାବାହିକରେ କାମ କରିଥିବା ବେଳେ ବିଗ ବସ ଓଟିଟିରେ କିନ୍ତୁ ବେଶୀ ଦିନ ତିଷ୍ଠି ପାରି ନ ଥିଲେ । ହେଲେ ଖୁବ୍ କମ ସମୟ ମଧ୍ୟରେ ତାଙ୍କର ଡ୍ରେସିଂ ସେନ୍ସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏବେ ସେଲିବ୍ରିଟିମାନେ ତାଙ୍କର ପ୍ରଶଂସା ବି କରୁଛନ୍ତି ।

Share