ଓ୍ବେଟର ହେଲେ ଉର୍ଫି, ରେଷ୍ଟୁରାଣ୍ଟରେ ବୁଲି ବୁଲି କରୁଛନ୍ତି କାମ, ଭିଡିଓ ଭାଇରାଲ

ଉର୍ଫି ଜାବେଦ ସବୁବେଳେ ବୋଲ୍ଡ ଓ ହଟ୍‌ ଲୁକ୍‌ରେ ନଜର ଆସିଥାନ୍ତି। ତାଙ୍କର ଅଜବଗଜବ ଡ୍ରେସିଂ ଷ୍ଟାଇଲ ଯୋଗୁ ସେ ଆପେଆପେ ବିବାଦ ଘେରକୁ ମଧ୍ୟ ଚାଲି ଆସନ୍ତି। ନିକଟରେ ଉର୍ଫିଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣଙ୍କ ହୋସ ଉଡିଯିବ। ଭିଡିଓରେ ଦେଖାଯାଇଛି କି, ଉର୍ଫି ଓ୍ବେଟର ହୋଇଛନ୍ତି। ଓ୍ବେଟର ଡ୍ରେସ ପିନ୍ଧି ରେଷ୍ଟୁରାଣ୍ଟରେ ଥିବା ସବୁ କଷ୍ଟମରଙ୍କର ଅର୍ଡର ରିସିଭ କରୁଛନ୍ତି। ତେବେ ଏହି ଭିଡିଓ ଫେକ୍‌ ଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହା ସମ୍ପୂର୍ଣ୍ଣ ସତ ଭିଡିଓ ବୋଲି ଜଣାପଡିଛି। ଉର୍ଫିଙ୍କର ଏହି ଅବତାର ଫ୍ୟାନ୍ସ ଓ ନେଟିଜନଙ୍କ ଭିତରେ ଉତ୍ସୁକତା ଆହୁରି ବଢାଇ ଦେଇଛି।

ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭିଡିଓ ଶେୟାର କରି ଉର୍ଫି କହିଛନ୍ତି, କୌଣସି କାମ ବଡ କି ଛୋଟ ନୁହେଁ। କିନ୍ତୁ ନଜରିଆ ଅଲଗା ହେବା ଉଚିତ୍‌। କିଛି ସମୟ ପାଇଁ ମୁଁ ଓ୍ବେଟର ହୋଇଥିଲି। ସେଇଥିରୁ ଆୟ କରିଥିବା ଟଙ୍କାକୁ ମୁଁ କ୍ୟାନସର ପୀଡିତଙ୍କୁ ସାହାଯ୍ୟ କରିବି। ଆଗକୁ ଏହିପରି କାମ କରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବି।

Share