ଉର୍ଫି ପାଲଟିଲେ ଫ୍ୟାନ୍‌ଗର୍ଲ: ଶର୍ଟଲେସ୍‌ ରଣବୀରଙ୍କ ଫଟୋ ଥିବା ପୋଷାକ ପିନ୍ଧି…

ବମ୍ବେ: ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। ନିଜର ଆଉଟ୍‌ଫିଟ୍‌ ପରେ ସେ ଏବେ ରଣବୀରଙ୍କ ଫ୍ୟାନ୍‌ ଗର୍ଲ ପାଲଟିଛନ୍ତି। ସେ ନିଜ ଟି-ଶାର୍ଟରେ ଶର୍ଟଲେସ୍‌ ରଣବୀରଙ୍କ ଫଟୋ ଲଗାଇ ବୁଲୁଛନ୍ତି। ନିକଟରେ ମୁମ୍ବାଇରେ ତାଙ୍କୁ କିଛି ସେଭଳି ରୂପରେ ଦେଖିବାକୁ ମିଳିଛି। କ୍ୟାମେରାକୁ ଦେଖି ସେ ନିଜର ଶର୍ଟକୁ ଦେଖାଇଥିଲେ।

ପ୍ରଥମେ ବିବାଦୀୟ ଚାଟ୍‌ ଶୋ’ କଫି ଉଇଥ କରନ୍‌ରେ ରଣବୀର ଉର୍ଫିଙ୍କ ପ୍ରଶଂସା କରିଥିଲେ। ସେ ଜଣେ ଫ୍ୟାଶନ ଆଇକନ ବୋଲି ରଣବୀର କହିଥିଲେ। ଏହାପରଠାରୁ ଉର୍ଫି ଅଭିନେତାଙ୍କ ଫ୍ୟାନ୍‌ ପାଲଟିଛନ୍ତି। ସେ ନିଜର ସୋସିଆଲ ମିଡିଆରେ ଏକ ଫଟୋ ମଧ୍ୟ ଶେୟାର କରି କଫି ଉଇଥ୍‌ କରନ୍‌ ପରେ ‘ଟି ଉଇଥ୍‌ ରଣବୀର’ ବୋଲି ମଧ୍ୟ ଲେଖିଛନ୍ତି।

Share