ବମ୍ବେ: ଅଜବଗଜବ ଫ୍ୟାଶନକୁ ନେଇ ଖବର ଶିରୋନାମାରେ ରହୁଥିବା ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। କେତେବେଳେ ଶିକୁଳି ତ କେତେବେଳେ ସେପ୍ଟିପିନ୍ରୁ ଡ୍ରେସ୍ ତିଆରି କରି ପିନ୍ଧିଥିବା ଉର୍ଫି ଆଉ ଏକ ଆଉଟଫିଟ୍ ପିନ୍ଧି ଫଟୋ ଛାଡ଼ିଛନ୍ତି। ଏଥର ସେ ବ୍ଲେଡ୍ରେ ପୋଷାକ ତିଆରି କରିଛନ୍ତି। ବେଶ ସାବଧାନତାର ସହ ପୋଷାକକୁ ପିନ୍ଧି ବୋଲ୍ଡ ପୋଜ୍ ଦେଇଛନ୍ତି ସେ। ଏପରିକି ଫଟୋ ଏବଂ ଭିଡିଓ ଶେୟାର କରି କ୍ୟାପଶନ୍ରେ ଲେଖିଛନ୍ତି, ମୁଁ ଇଣ୍ଟ୍ରୋଭର୍ଟସ୍ଙ୍କ ପାଇଁ ପରଫେକ୍ଟ ଡ୍ରେସ୍ ପ୍ରସ୍ତୁତ କରିଛି। ଏହା ବ୍ଲେଡ୍ରେ ତିଆରି। ପାଖକୁ ଆସିଲେ କଟିଯିବ। ମୋ ଚିନ୍ତାଧାରାକୁ ପ୍ରତିରୂପ ଦେବାରେ ମୋ ଟିମ୍ ସହାୟତା କରୁଥିବାରୁ ଯେତିକି ଧନ୍ୟବାଦ ଦେଲେ କମ୍ ପଡ଼ିବ ବୋଲି ସେ କହିଛନ୍ତି।
View this post on Instagram