ଅକ୍ଷୟଙ୍କ ଫିଲ୍ମର ମଜା ଉଡାଇଲେ ଉର୍ଫି; କହିଲେ ଏହା ୩୦ ବର୍ଷ ପରେ କାହିଁକି ରିଲିଜ ହେଲା…

ବମ୍ବେ: ଗୋଟିଏ ପଟେ ବଏକଟ ଟ୍ରେଣ୍ଡ ବଲିଉଡ୍‌ ଫିଲ୍ମ ନିିର୍ମାତାମାନଙ୍କ ନିଦ ହଜାଇଥିବା ବେଳେ ଫିଲ୍ମର କାହାଣୀ ଯୋଗୁ କିଛି ଦର୍ଶକଙ୍କ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ଏହି କ୍ରମରେ ଲଗାତାର ଭାବେ ବକ୍ସଅଫିସ୍‌ରେ ଫ୍ଲପ ହେଉଛନ୍ତି ଖିଲାଡି କିଙ୍ଗ ଅକ୍ଷୟ କୁମାର। ନିକଟରେ ରିଲିଜ ହୋଇଥିବା ତାଙ୍କ ଚଳଚ୍ଚିତ୍ର ‘ରକ୍ଷାବନ୍ଧନ’ ସେତେଟା ବ୍ୟବସାୟ କରିପାରିନାହିଁ। ଏବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ ଅକ୍ଷୟଙ୍କୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି।

ଏକ ସାକ୍ଷାତକାରରେ ଉର୍ଫି ‘ରକ୍ଷାବନ୍ଧନ’ର କାହାଣୀ ଉପରେ ପ୍ରଶ୍ନ କରିଛନ୍ତି। ଫିଲ୍ମର ଟ୍ରେଲର ଦେଖିଲି। ଭାବିଲି ଏହି ଚଳଚ୍ଚିତ୍ର ୩୦ ବର୍ଷ ପରେ କାହିଁକି ରିଲିଜ ହୋଇଛି। ଏହାକୁ ନବେ ଦଶରେ ରିଲିଜ ହେବାର ଥିଲା। ଏ ଯୌତୁକ କ’ଣ। ଭଉଣୀ ବିବାହ କରିବାର ଅଛି। ଯୌତୁକ ପାଇଁ ଟଙ୍କା ଯୋଗାଡ଼ କରିବାକୁ ପଡ଼ିବ। କ୍ଷମା କରିବେ ଏହି ଚଳଚ୍ଚିତ୍ର ୩୦ ବର୍ଷ ପୁରୁଣା। ଆଜି ଆମକୁ ଦରକାର ଏଭଳି ଫିଲ୍ମ ଯେଉଁଥିରେ ଝିଅଟିଏ କହୁଥିବ, ଭାଇ ତୁମେ ତୁମ କାମ କର, ମୁଁ ମୋର କରୁଛି, ମୋ ବିବାହ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ମୁଁ ନିଜ କାମ କରିବି। ଟଙ୍କା ରୋଜଗାର କରିବି। ଖାଇବି, ପିଇବି। ରକ୍ଷାବନ୍ଧନ ଫିଲ୍ମରେ ଏଭଳି କିଛି ଭଉଣୀମାନଙ୍କୁ କହିବାର ଥିଲା ବୋଲି ସେ କହିଛନ୍ତି।

ଉର୍ଫି ଆମିରଙ୍କ ‘ଲାଲ ସିଂ ଚଡ୍ଢା’କୁ ନେଇ ମଧ୍ୟ ମତ ରଖିଛନ୍ତି। ଆମିର ଭଲ ଫିଲ୍ମ କରନ୍ତି। ମୁଁ ଦେଖେ। ହେଲେ ମୋତେ ଫିଲ୍ମ ଦେଖିବାକୁ ଭଲ ଲାଗୁ ନ ଥିବାରୁ ଦେଖିପାରିନାହିଁ। ଫିଲ୍ମକୁ ବଏକଟ କରୁଥିବା ଲୋକେ ପାଗଳ। ଏମାନେ ଆମିରଙ୍କ ପୁରୁଣା ବୟାନକୁ ନେଇ ବହୁତ ଲମ୍ବା କରିଛନ୍ତି। କେବଳ ଏଥିପାଇଁ ଯେ ସେ ଜଣେ ମୁସଲମାନ ବୋଲି ସେ କହିଛନ୍ତି।

Share