ବେହୋସ ହେବା ପର୍ଯ୍ୟନ୍ତ ବାପା ମୋତେ ମାରୁଥିଲେ: ଉର୍ଫି

ମୁମ୍ବାଇ: ଉର୍ଫି ଯାଭେଦ ଏବେ ଏକ ଚର୍ଚ୍ଚିତ ଚେହେରା। ତାଙ୍କର ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ସେ ଟ୍ରୋଲର ଶିକାର ହୋଇଥାଆନ୍ତି। ଆକ୍ଟ୍ରେସରୁ ସୋସିଆଲ ମିଡିଆ ସେନସେସନ ହୋଇଥିବା ଉର୍ଫି ପରେ ପପୁଲାରିଟି ହାସଲ କରିଥିଲେ। ତାଙ୍କ ପିଲାଦିନର ପ୍ୟାଶନକୁ ସେ ତାଙ୍କ କ୍ୟାରିୟର କରି ଏବେ ବେଶ ପପୁଲାର ହୋଇପାରିଛନ୍ତି। ଉର୍ଫି ବିନଦାସ ଓ ବୋଲ୍ଡ। ସେଥିପାଇଁ ସେ ଅନ୍ୟମାନଙ୍କଠାରୁ ଅଲଗା। ହେଲେ ପିଲାଦିନୁ ସେ ଏମିତି ନ ଥିଲେ ତାଙ୍କର ପିଲାବେଳ ଖୁବ୍‌ କଠିନ ଥିଲା। ତାଙ୍କ ପିତାଙ୍କ ଟର୍ଚରକୁ ନେଇ ସେ ଅନେକ ଥର କଥା ହୋଇଛନ୍ତି। ଏବେ ସେ ପୁଣିଥରେ କହିଛନ୍ତି କି କେମିତି ସେ ତାଙ୍କ ପିତାଙ୍କ ଟର୍ଚରକୁ ନେଇ କ୍ୟାରିୟର ଗଢିବା ପର୍ଯ୍ୟନ୍ତ କେତେ କଠିନ ରାସ୍ତା ଦେଇ ଗତି କରିଛନ୍ତି।
ନିକଟରେ ଉର୍ଫି ଜାଭେଦ ହ୍ୟୁମସ ଅଫ ବମ୍ବେକୁ ନିଜ ଦର୍ଦଭରି କାହାଣୀ କହିଛନ୍ତି। ସେ କହିଛନ୍ତି ପିଲାଦିନରୁ ତାଙ୍କର ଫ୍ୟାଶନ ପ୍ରତି ଓ୍ବିକନେସ ଥିଲା। ପିତା ବି ସବୁବେଳେ ଟର୍ଚର କରୁଥିଲେ। ସୁଇସାଇଡ କରିବାକୁ ବି ଇଚ୍ଛା ହେଉଥିଲା। ଉର୍ଫି କହିଛନ୍ତି, ମୁଁ ଲକ୍ଷ୍ନୌରେ କ୍ରପ ଟପ ଉପରେ ଜ୍ୟାକେଟ ପିନ୍ଧୁଥିଲି। ସେଠାରେ ଝିଅମାନଙ୍କୁ ଏମିତି ଡ୍ରେସ ପିନ୍ଧିବାକୁ ପରମିଶନ ନ ଥାଏ। ପାପା ଅବ୍ୟୁସିଭ ଥିଲେ, ସେ ମାତେ ସେପର୍ଯ୍ୟନ୍ତ ପିଟନ୍ତି, ଯେପର୍ଯ୍ୟନ୍ତ ମୁଁ ବେହୋସ ନ ହୋଇ ଯାଇଛି। ମୋତେ ସୁଇସାଇଡ କରିବାକୁ ଇଚ୍ଛା ହୁଏ।
ଉର୍ଫି କହିଛନ୍ତି ପିତାଙ୍କ ଟର୍ଚର ଭିତରୁ ବାହାରି ମାତ୍ର ୧୭ ବର୍ଷ ବୟସରେ ମୁଁ ଘର ଛାଡି ଦିଲ୍ଲୀ ଚାଲି ଆସିଥିଲି। ହାତରେ ଟଙ୍କା ନ ନେଇ ମୁଁ ଘରୁ ଚାଲି ଆସିଥିଲି। ସେତେବେଳେ ମୁଁ ଟ୍ୟୁସନ କରୁଥିଲି ଓ କଲ ସେଣ୍ଟରରେ ଜବ କରୁଥିଲି। ଏହାରି ଭିତରେ ବାପା ଆମ ପରିବାରକୁ ଛାଡିଦେଇଥିଲେ। ଏହାପରେ ମୁଁ ମୋ ମାଆଙ୍କୁ ଦେଖା କରିଥିଲି ଓ ମୁମ୍ବାଇ ଚାଲି ଆସିଥିଲି। ସେଠାରେ ଡେଲି ସୋପରେ ଛୋଟମୋଟ ରୋଲ ମିଳିଥିଲା। ଏହାପରେ ବିଗବସରେ ଆସିବାର ମୌକା ମିଳିଲା ଯାହା ମୋତେ ପରିଚୟ ଦେଲା। ପିଲାଦିନୁ ମୋର ଫ୍ୟାଶନ ପ୍ରତି ଓ୍ବିକନେସ ଥିଲା। ମୁଁ ବେଳକୁ ବେଳ ବୋଲ୍ଡ ହେଲି ଓ ଟ୍ରୋଲ ହେବାକୁ ଲାଗିଲି। ହେଲେ ଅନ୍ୟମାନଙ୍କୁ ମୋତେ ଡିଫାଇନ କରିବାକୁ କେବେ ଦେଇନାହିଁ। ମୁଁ ଖୁବଶୀଘ୍ର ମୁମ୍ବାଇରେ ଘର କିଣିବାକୁ ଯାଉଛି ବୋଲି ଉର୍ଫି କହିଛନ୍ତି।

Share