ଘର ନ ଥିବାରୁ ପାର୍କରେ ଶୋଉଥିଲି, ଆତ୍ମହତ୍ୟା କରିବାକୁ ଭାବିଥିଲି: ଉର୍ଫି

ବମ୍ବେ: ଆଜିର ସମୟରେ ନିଜର ଅଜବ ଫ୍ୟାଶନକୁ ନେଇ ସୋସିଆଲ ମିଡିଆ ସେନ୍‌ସେଶନ ପାଲଟିଛନ୍ତି ଉର୍ଫି ଜାଭେଦ। ତାଙ୍କର ଲୋକପ୍ରିୟତା ଯେତିକି ବଢ଼ିଛି ରୋଜଗାର ମଧ୍ୟ ସେତିକି ବଢ଼ିଛି। ହେଲେ ପ୍ରଥମେ ଉର୍ଫିଙ୍କ ଜୀବନ ବେଶ ସଂଘର୍ଷମୟ ଥିଲା। ଏହାକୁ ସେ ତାଙ୍କର ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି।

ଦିନ ଥିଲା ଉର୍ଫିଙ୍କ ପାଖରେ ରହିବାକୁ ଘର ଖଣ୍ଡିଏ ନ ଥିଲା। ସେ ପାର୍କରେ ଶୋଉଥିଲେ। ନଚେତ କେବେ କେବେ ବନ୍ଧୁମାନଙ୍କ ଘରକୁ କିଛିଦିନ ଲାଗି ରହିବାକୁ ଯାଉଥିଲେ। ଶୀତଦିନେ ବିନା ରେଜେଇ, ଶେଯରେ ସେ ରାତି ବିତାଇଛନ୍ତି। ହେଲେ ଏବେ ସବୁ ବଦଳିଯାଇଛି। ଉର୍ଫିଙ୍କ ପାଖରେ ସବୁକିଛି ଅଛି। ବିତି ଯାଇଥିବା ଦିନକୁ ମନେ ପକାଇଲେ ସେ ନିଜକୁ ଭାଗ୍ୟବତୀ ମନେ କରନ୍ତି ବୋଲି ଉର୍ଫି କହିଛନ୍ତି। ଏହାଛଡ଼ା ନିଜେ କେବେ ବି ହାର ମାନି ନ ଥିବାରୁ ନିଜକୁ ନେଇ ଗର୍ବ କରନ୍ତି ବୋଲି କହିଛନ୍ତି।

ତେବେ ସମସ୍ତେ ନିଜ ନିଜ ଜୀବନରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥାନ୍ତି। ନିଜେ ଖାଇବା ଏବଂ ପରିବାର ପେଟ ପୋଷିବା ଲାଗି ଟଙ୍କା ନ ଥାଏ। ସେ ସମୟରେ ଆତ୍ମହତ୍ୟା କରିଦେବାକୁ ମନେ ହୋଇଥାଏ। ହେଲେ ଉର୍ଫି କଷ୍ଟକର ସ୍ଥିତିର ସମ୍ମୁଖୀନ ହୋଇ ନିଜ ଗୋଡ଼ରେ ଛିଡ଼ା ହୋଇଥିଲେ। କାରଣ ସେ ଜିଇଁବାକୁ ଚାହୁଁଥିଲେ। କିଛି କରିବାକୁ ଚାହୁଁଥିଲେ ବୋଲି ମଧ୍ୟ ସେ କହିଛନ୍ତି।

Share