Categories: ଜାତୀୟ

ସ୍କୁଲରେ ସିଟ୍‌ ପାଇଁ ଝଗଡ଼ାରୁ ଫୁଟିଲା ଗୁଳି, କ୍ଲାସରୁମ୍‌ରେ ସାଙ୍ଗକୁ ହତ୍ୟା କଲା ଛାତ୍ର

ମିରଟ,୩୧ା୧୨- କ୍ଲାସରୁମ୍‌ରେ ନିର୍ଦ୍ଧିଷ୍ଟ ସିଟ୍‌କୁ ନେଇ ଛାତ୍ରଙ୍କ ମଧ୍ୟରେ ବିବାଦ ଦେଖାଦେବା କିଛି ବଡ଼ ଘଟଣା ନୁହେଁ। କିନ୍ତୁ ଏହି ବିବାଦ ଯୋଗୁ ଜଣେ ଛାତ୍ର ତା’ର ସାଙ୍ଗକୁ କ୍ଲାସରୁମ୍‌ରେ ହିଁ ଗୁଳି କରି ହତ୍ୟା କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଉତ୍ତର ପ୍ରଦେଶର ବୁଲନ୍ଦଶେହର ଜିଲାର ଶିକାରପୁର ଅଞ୍ଚଳରେ ଥିବା ଏକ ପ୍ରାଇଭେଟ ସ୍କୁଲରେ ଘଟିଛି।

୧୦ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୪ ବର୍ଷୀୟ ଛାତ୍ର ଗୁରୁବାର ସକାଳେ କ୍ଲାସରୁମ୍‌ରେ ନିଜ ସାଙ୍ଗ ଉପରେ ଗୁଳି ଚଳାଇଥିଲା। ଗୁରୁତର ଆହତ ଛାତ୍ରଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତୁ ଘୋଷଣା କରିଥିଲେ ଡାକ୍ତର। ପୋଲିସ ଅନୁଯାୟୀ, ଅଭିଯୁକ୍ତ ଓ ପୀଡ଼ିତଙ୍କ ମଧ୍ୟରେ ବୁଧବାର ନିର୍ଦ୍ଧିଷ୍ଟ ସିଟ୍‌କୁ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାର ପରଦିନ ବାପାଙ୍କ ସର୍ଭିସ ପିସ୍ତଲ ଲୁଚାଇ ସ୍କୁଲକୁ ନେଇଆସିଥିଲା ଅଭିଯୁକ୍ତ। ପୀଡ଼ିତ ଛାତ୍ରଙ୍କ ପେଟ ଓ ମୁଣ୍ଡକୁ ଗୁଳି କରିଥିଲା। ସମାନ କ୍ଲାସରେ ପଡ଼ୁଥିବା ଆଉ ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସର ଖୋଜାଖୋଜି ବେଳେ ଉକ୍ତ ଛାତ୍ରଙ୍କ ବ୍ୟାଗରୁ ମିଳିଛି ଦେଶୀ କଟା।

Share