ଲକ୍ଷ୍ନୌ,୧୯।୧୧: ଉତ୍ତରପ୍ରଦେଶର ମେନପୁରୀ, ରାମପୁର ଏବଂ ଖତଉଲି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡିସେମ୍ବର ୫ରେ ଏହି ଆସନଗୁଡିକରେ ଭୋଟ ଦିଆଯିବ ଏବଂ ଡିସେମ୍ବର ୮ରେ ଭୋଟ ଗଣତି କରାଯିବ। ଏହାପରେ ଉତ୍ତରପ୍ରଦେଶରେ ସହରାଞ୍ଚଳ ସଂସ୍ଥା ନିର୍ବାଚନ ଘୋଷଣା କରାଯିବ। ଏହାକୁ ଦୃଷ୍ଟିରେ ରଖି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟିକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉତ୍ତରପ୍ରଦେଶର ଏଡିଜି ଲ’ ଏବଂ ଅର୍ଡର ପ୍ରଶାନ୍ତ କୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ଲୋକ ସଭା, ବିଧାନସଭା ଉପ-ନିର୍ବାଚନ ଏବଂ ସହରାଞ୍ଚଳ ସଂସ୍ଥା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ ରହିବ। ବିଶେଷ କ୍ଷେତ୍ରରେ କିମ୍ବା ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଛୁଟି ଛାଡ଼ କରାଯାଇପାରିବ ବୋଲି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତ।