ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ମିରଟର ଅଧିକାଂଶ କେନ୍ଦ୍ରରେ ଇଭିଏମ୍ ଖରାପ

ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଗୁରୁବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶର ଅଧିକାଂଶ ଜିଲା ମିରଟ, ଗାଜିଆବାଦ, ଗୌତମବୁଦ୍ଧନଗର, ହାପୁଡ, ବାଗପତ, ଶାମଲି, ମୁଜଫରନଗର, ଅଲିଗଡ଼, ମଥୁରା ଓ ଆଗ୍ରା ଜିଲାରେ ଭୋଟ ଗ୍ରହଣ କରାଯାଉଛି । ପଶ୍ଚିମ ଉତ୍ତର ପ୍ରଦେଶରେ ଅଧିକାଂଶ କୃଷକ ଭାଜପା ସରକାରକୁ ବିରୋଧ କରି ଆନ୍ଦୋଳନରେ ଯୋଗ ଦେଇଥିବା ବେଳେ ଏସବୁ ଆସନ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ମିରଟର ଅଧିକାଂଶ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ଖରାପ ଥିବା ସୂଚନା ମିଳିଛି । ସେହିପରି କିଛି ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରାର୍ଥୀମାନେ ଭୋଟରଙ୍କୁ ଆକଷ;ିତ କରିବାକୁ ବେଲୁନ ଲଗାଇ ସଜାଇ ରଖିଥିବା ଦେଖାଯାଇଛି ।

Share