ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ: ୫୭ ଆସନ ପାଇଁ ଭୋଟଗ୍ରହଣ

ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିପାଇଁ ଗୁରୁବାର ଯୋଗୀ ଆଦିତ୍ୟନାଥ ପ୍ରତ୍ୟୁଷରୁ ଗୋରେଖନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଗୋଶାଳା ଯାଇଛନ୍ତି । ପରେ ସେ ମତଦାନ କରିବାକୁ ଯିବେ । ଷଷ୍ଠ ପର୍ଯ୍ୟାୟରେ ୫୭ ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହା ସକଳା ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟ ୬ଟା ପର୍ଯ୍ୟନ୍ତ ଚାଲିବ ।

Share