Categories: ଜାତୀୟ

ବିଧାନସଭାକୁ ମୋବାଇଲ ନେଇପାରିବେନି ବିଧାୟକ, ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ,୨୫ା୧୧: ଓଡ଼ିଶାରେ ଶୁକ୍ରବାର ଶୀତକାଳୀନ ଅଧିବେଶନ ଶେଷ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଆସନ୍ତା ୨୮ ତାରିଖରେ ଆରମ୍ଭ ହେବ। ଦୀର୍ଘ ୬୬ ବର୍ଷ ପରେ ଉତ୍ତରପ୍ରଦେଶରେ ନୂଆ ନିୟମ ସହିତ ବିଧାନସଭା ଆରମ୍ଭ ହେବ। ଗତ ଅଧିବେଶନରେ କିଛି ନିୟମରେ ପରିବର୍ତ୍ତନକୁ ଅନୁମତି ମିଳିବା ପରେ ଆସନ୍ତା ଅଧିବେଶନରେ ଏହା ଲାଗୁ ହେବ।

ଏହି ନୂଆ ନିୟମ ଅନୁଯାୟୀ ଏଣିକି ନେତାମାନେ ବିଧାନସଭାକୁ ମୋବାଇଲ ନେଇ ଯାଇପାରିବେ ନାହିଁ।  ଅଧିବେଶନ ସମୟରେ ନେତାମାନେ କୌଣସି ପତାକା ଉଡାଇ ପାରିବେ ନାହିଁ। ଏହା ସହିତ ଯୋଗୀ ସରକାରରେ ମହିଳା ସଦସ୍ୟଙ୍କୁ ପ୍ରାଥମିକତା ଭିତ୍ତିରେ ବିଧାନସଭାରେ କହିବା ପାଇଁ ଅଧିକ ସମୟ ମିଳିବ।

ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହର ବର୍ତ୍ତମାନର ତଥା ପୂର୍ବତନ ସଦସ୍ୟଙ୍କ ଦେହାନ୍ତରେ ସମବେଦନା ଜଣାଯିବ। ନଭେମ୍ବର ୨୯ ରେ, ପ୍ରଥମାର୍ଦ୍ଧରେ, ଗୃହରେ ଆନୁଷ୍ଠାନିକ କାର୍ଯ୍ୟ କରାଯିବ, ଯେଉଁଥିରେ ନିୟମ, ବିଜ୍ଞପ୍ତି, ନିୟମ ଇତ୍ୟାଦି ଗୃହରେ ଉପସ୍ଥାପନ ହେବ।

Share