Categories: ଜାତୀୟ

ପ୍ରାଣ ପ୍ରତିଷ୍ଠା ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଅଯୋଧ୍ୟାରେ ୩ ଅପରାଧୀଙ୍କୁ ଅଟକ ରଖିଛି UP ATS

ଅଯୋଧ୍ୟା,୧୯।୧: ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହି କ୍ରମରେ ୟୁପି ଏଟିଏସ୍‌ ୩ ଅପରାଧୀଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଦୁଇ ଯୁବକ ରାଜସ୍ଥାନର ହୋଇଥିବା ଜଣାପଡ଼ିଛି। ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ସନ୍ଦେହ କରି ଅପରାଧୀଙ୍କୁ ପଚରାଉଚରା କରାଯାଉଛି।

କହିରଖୁଛୁ, ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କରାଯାଉଥିବା ବଡ଼ ଆୟୋଜନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଛି। ଅଯୋଧ୍ୟାର ଗଳି କନ୍ଦିରେ ପୋଲିସ କର୍ମୀ ମୁତୟନ ହୋଇଛନ୍ତି। ଲତା ମଙ୍ଗେଶକର ଛକ ପାଖରେ ଏଟିଏସ୍‌ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ମନ୍ଦିର ଆଖପାଖ ଅଞ୍ଚଳରେ ଡ୍ରୋନ୍‌ଦ୍ୱାରା ନଜର ରଖାଯାଉଛି।

Share