Categories: ଜାତୀୟ

ପାକିସ୍ତାନୀ ସୀମା ହାଇଦରଙ୍କ ଉପରେ ଏଟିଏସର କଡା ନଜର, ଆଜି ପୁଣି କରାଯାଉଛି ପଚରାଉଚରା

ନୂଆଦିଲ୍ଲୀ,୨୫।୭: ମଙ୍ଗଳବାର ପୁନର୍ବାର ଏଟିଏସ ଏବଂ ଆଇବି ଟିମ ସୀମା ହାଇଦର ଏବଂ ସଚିନ ମୀଣାଙ୍କୁ ପଚରାଉଚରା କରୁଛନ୍ତି। ସୀମାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ମଙ୍ଗଳବାର ସକାଳେ ଏଟିଏସ ସୀମା ଏବଂ ସଚିନଙ୍କ ପଚରାଉଚରା ପାଇଁ ନେଇଥିଲେ।

ବେଆଇନ ଭାବେ ଭାରତକୁ ଆସୁଥିବା ସୀମା ହାଇଦର ବିଷୟରେ ଏଟିଏସ ପଚରାଉଚରା କରୁଛି। ଏହା ସହିତ ଏଟିଏସ ମଧ୍ୟ ସୂଚନା ପାଇବାକୁ ଚାହୁଁଛି ଯେ ଭାରତ ଆସିବା ପରେ ସୀମା, ସଚିନଙ୍କ ପୂର୍ବରୁ କାହା କାହା ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

Share