ନିଜେ ମାସ୍କ ନ ପିନ୍ଧି ଚାଲାଣ କାଟୁଥିଲେ ଥାନାଧିକାରୀ: ଘଟିଲା ଏମିତି କିଛି..

ଲକ୍ଷ୍ନୌ, ୧୨।୮: କରୋନା ସଂକ୍ରମରରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଉତ୍ତରପ୍ରଦେଶର ଜଣେ ଥାନାଧିକାରୀ ମାସ୍କ ନ ପିନ୍ଧି ଚାଲାଣ କଟିବା ତାଙ୍କୁ ଭାରି ପଡିଛି।
ବଣ୍ଡି ଥାନା ଅଧିକାରୀ ସୁଭାଷ ଚନ୍ଦ୍ର ସିଂ ଗାଡି ଯାଞ୍ଚ ସମୟରେ ପଥଚାରୀ ଏବଂ ସାଇକେଲ ଚାଳକଙ୍କଠାରୁ ମାସ୍କ ନ ପିନ୍ଧିବା ନେଇ ଜରିମାନରା ଆଦାୟ କରୁଥିଲେ। ମାତ୍ର ଏହି ସମୟରେ ସେ ନିଜେ ମାସ୍କ ପିନ୍ଧି ନ ଥିଲେ। ଏ ନେଇ ସ୍ଥାନୟ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଅଧିକ୍ଷକ ବିପିନ ମିଶ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି।
ଏ ନେଇ ପୋଲିସ ଅଧିକ୍ଷକ ମିଶ୍ର କହିଛନ୍ତି, ମାସ୍କ ପିନ୍ଧିବା ଦ୍ୱାରା ନିଜ ପରିବାରର ଏବଂ ଜନସାଧରାରଣଙ୍କ ସୁରକ୍ଷା ହୋଇଥାଏ। ଯଦି ଆମ ଅଧିକାରୀମାନେ ଏତେ ଛୋଟ କଥାକୁ ଧ୍ୟାନ ଦେଇପାରୁ ନାହାନ୍ତି, ତେବେ ଆମେ ସମାଜକୁ କ’ଣ ବାର୍ତ୍ତା ଦେବୁ। ଏଥିସହ ନିୟମ ସମସ୍ତଙ୍କ ପାଇଁ ବୋଲି ସେ କହିଛନ୍ତି।

Share