Categories: ଜାତୀୟ

ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କୁ କରୋନା

ଲକ୍ଷ୍ନୌ,୨।୮-ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କ ରବିବାର କରୋନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ପ୍ରାଥମିକ କରୋନା ଲକ୍ଷଣ ପରିଲକ୍ଷିତ ହେବା ପରେ ସ୍ବତନ୍ତ୍ର ଶନିବାର କରୋନା ଟେଷ୍ଟ କରିଥିଲେ। ରବିବାର ତାଙ୍କର ରିପୋର୍ଟ ପଜିଟିଭ ଆସିଛି।
ସେ କହିଛନ୍ତି, ଡାକ୍ତରଙ୍କ ପରାମର୍ଶରେ ସେ ହୋମ କାରାଣ୍ଟାଇନରେ ଅଛନ୍ତି। ସମସ୍ତେ ସଚେତନ ରହିବା ସହ ସରକାରୀ ଗାଇଡଲାଇନ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜକୁ କାରାଣ୍ଟାଇନ ରୁହନ୍ତୁ। ଆବଶ୍ୟକ ସ୍ଥଳେ ନିଜର ଯାଞ୍ଚ କରାନ୍ତୁ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

Share