Categories: ଜାତୀୟ

୨୯ବର୍ଷ ତଳର ମାର୍କଶିଟ୍‌ ଜାଲିଆତି; ଭାଜପା ନେତାଙ୍କୁ ଜେଲଦଣ୍ଡ

ଅଯୋଧ୍ୟା,୧୯।୧୦: ୨୯ବର୍ଷ ତଳର ଏକ ମାର୍କଶିଟ୍‌ ଜାଲିଆତି ମାମଲାର ବିଚାର କରି ସ୍ବତନ୍ତ୍ର କୋର୍ଟ ଅଯୋଧ୍ୟା ଗୋସାଇଗଞ୍ଜର ଭାଜପା ବିଧାୟକ ଇନ୍ଦ୍ର ପ୍ରତାପ ତିୱାରୀଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ତାଙ୍କ ଉପରେ ୮,୦୦୦ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି।
ସୂଚନାନୁସାରେ, ୧୯୯୨ରେ ପ୍ରତାପ ତିଓ୍ବାରୀଙ୍କ ନାମରେ ଅଯୋଧ୍ୟାର ସକେଟ ମହାବିଦ୍ୟାଳୟର ପ୍ରିନ୍ସିପାଲ ରାମ ତ୍ରିପାଠୀ ସାର୍ଟିଫିକେଟ୍‌ ଜାଲିଆତି ଦାୟର କରିଥିଲେ। ୧୩ ବର୍ଷ ପରେ କେସ୍‌ରେ ଚାର୍ଜ ଶିଟ୍‌ ଲଗାଯାଇଥିଲା। ଏଫ୍‌ଆଇଆର୍‌ ଅନୁସାରେ ତିୱାରି ଫେଲ୍‌ ହେବା ପରେ ପର କ୍ଲାସକୁ ଯିବା ପାଇଁ ୧୯୯୦ରେ ଏକ ନକଲି ସାର୍ଟିଫିକେଟ ଦେଇଥିଲେ। ଏହି କେସ୍‌ର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ବିଚାରପତି ପୂଜା ସିଂ। ତିୱାରୀଙ୍କୁ ଏବେ ପୋଲିସ ହେପାଜତକୁ ନେବା ସହ ତାଙ୍କୁ ଜେଲ ପଠାଯାଇଛି।

Share