Categories: ଜାତୀୟ

ୟୁପି ନିର୍ବାଚନ: ସପା, ଭାଜପା କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୮ ।୭: ଉତ୍ତର ପ୍ରଦେଶରେ ଗୁରୁବାର ୮୨୫ ପଞ୍ଚାୟତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଥିଲା । ଜିଲା ପଞ୍ଚାୟତ ନିର୍ବାଚନରେ ହୋଇଥିବା ଗଣ୍ଡଗୋଳ ପରେ ପୁଣିଥରେ ବ୍ଲକ ମୁଖ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଗୁରୁବାର କିଛି ଜିଲାରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ଓ ସମାଜବାଦୀ ପାର୍ଟି(ସପା)ର୍କମୀ ମୁହାଁ ମୁହିଁ ହୋଇଛନ୍ତି । ସ୍ଥିତି ଏଭଳି ହୋଇଛି ସେ ପରସ୍ପର ମଧ୍ୟରେ ପଥରମାଡ ହେଉଥିବା ଦେଖି କେତେକ ସ୍ଥାନରେ ପୋଲିସ ଲାଠି ଚାର୍ଜ କରିଥିବା ସୂଚନା ମିଳିଛି । ଲୋକେ ସଡ଼କ ଉପରକୁ ଚାଲି ଆସିବା ସହ କେତେକ ସ୍ଥାନରେ ପୋଲିସ ସହ ଧସ୍ତାଧସ୍ତି ହାଇଥିବା କୁହାଯାଉଛି । ଉତ୍ତର ପ୍ରଦେଶର କନ୍ନୌଜ, ଇଟାୱା, ବାନ୍ଦା, ଫରୁଖାବାଦ, ଜାଲୌନ, ହମିରପୁର, ଉନ୍ନାଓ ଆଦି ସ୍ଥାନରେ ଅଶାନ୍ତିକର ବାତାବରଣ ସୃଷ୍ଟି ହୋଇଛି ।

Share