ଲକ୍ଷ୍ନୌ, ୨୭।୬: କରୋନା ମହାମାରୀ ସଂକ୍ରମଣ ସମୟରେ ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ସ୍ଥାନୀୟ ଲୋକ କଲ୍ୟାଣ ଭବନରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତିି। ଦ୍ୱାଦଶ ଶ୍ରେଣୀରେ ପାସ୍ ହାର ୬୮.୬୬ ଥିବାବେଳେ ଦଶମ ଶ୍ରେଣୀର ପାସ୍ ହାର ୮୩.୩୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବାଗପତ୍ର ଅନୁରାଗ ମଲିକ୍ ୯୭ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ଦଶମ ବୋର୍ଡରେ ୯୬.୬୭ ପ୍ରତିଶତ ନମ୍ବର ରଖି ରିୟା ଜୈନ୍ ଟପ୍ପର ହୋଇଛନ୍ତି। ଚଳିତ ବର୍ଷ ମୋଟ ୫୬ ଲକ୍ଷ ୧୧ ହଜାର ୯୨ ଜଣ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୩୦ ଲକ୍ଷ ୨୪ ହଜାର ୬୩୨ ଜଣ ଦଶମ ପରୀକ୍ଷା ଦେଇଥିବାବେଳେ ୨୫ ଲକ୍ଷ ୮୬ ହଜାର ୪୪୦ ଜଣ ଦ୍ୱାଦଶ ପରୀକ୍ଷା ଦେଇଥିଲେ। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୨୦ ଜଣ ଟପ୍ପରଙ୍କ ଘର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
Posted inଜାତୀୟ