Categories: ଜାତୀୟ

୩ ମାସ ତଳେ ଭାଜପାରେ ଯୋଗଦେଇଥିବା କଂଗ୍ରେସ ନେତାଙ୍କୁ ମନ୍ତ୍ରୀ ପଦ

ଲକ୍ଷ୍ନୌ, ୨୫।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଜାତି ଏବଂ ଆଞ୍ଚଳିକତାରେ ସନ୍ତୁଳନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସନ୍ଧ୍ୟାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୩ ମାସ ତଳେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିବା ଜିତିନ୍‌ ପ୍ରସାଦଙ୍କ ସମେତ ୭ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟମାନେ ହେଲେ ପାଲ୍‌ତୁ ରାମ, ଛତରପାଲ ଗଙ୍ଗଓ୍ବାର, ସଙ୍ଗୀତା ବଲଓ୍ବନ୍ତ ବିନ୍ଦ୍‌, ଧରମବୀର ପ୍ରଜାପତି, ସଞ୍ଜୀବ କୁମାର ଗୌର ଏବଂ ଦିନେଶ ଖାଟିକ୍‌। ରାଜଭବନର ଗାନ୍ଧୀ ଅଡିଟୋରିୟମ୍‌ରେ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସମ୍ପ୍ରସାରଣ ପରେ ଯୋଗୀ କ୍ୟାବିନେଟ୍‌ର ମନ୍ତ୍ରୀ ସଂଖ୍ୟା ୬୦ରେ ପହଞ୍ଚତ୍ଛି।

ଉଲ୍ଲେଖ ଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଥିବା ଜିତିନ୍‌ ଜୁନ୍‌ରେ ଭାଜପାରେ ସାମିଲ ହୋଇଥିଲେ। ୟୁପିରେ ୧୩%ବ୍ରାହ୍ମଣ ଭୋଟରଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

Share