Categories: ଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ ୟୁପି ଭାଜପାକୁ ବଡ ଝଟକା

ଲକ୍ଷ୍ନୌ,୧୧ ।୧: ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି । ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମୌର୍ଯ୍ୟଙ୍କ ଇସ୍ତଫା ଭାରତୀୟ ଜନତା ପାର୍ଟି(ଭାଜପା) ତଥା ଯୋଗୀ ସରକାରଙ୍କ ପାଇଁ ଏକ ବଡ ଝଟକା । ମୌର୍ଯ୍ୟ ରାଜ୍ୟପାଳଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ମାନନୀୟ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଓ ସମନ୍ୱୟ ମନ୍ତ୍ରୀ ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛି । ପ୍ରତିକୂଳ ପରିସ୍ଥିତି ଓ ବିଚାରଧାରା ମଧ୍ୟରେ ଉତ୍ତର ଦାୟିତ୍ୱ ନିର୍ବାହ କରିଛି । ହେଲେ କୃଷକ, ବେକାରୀ, ଯୁବକ, କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ବ୍ୟବସାୟୀଙ୍କ ପ୍ରତି ଚରମ ଅବହେଳା ମନୋଭାବ ହେତୁ ମୁଁ ଉତ୍ତରପ୍ରଦେଶ କ୍ୟାବିନେଟରୁ ଇସ୍ତଫା ଦେଉଛି ।

Share