Categories: ଜାତୀୟ

ୟୁପି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଏହି ନେତାଙ୍କୁ ସୁଯୋଗ ଦେଇପାରେ ଭାଜପା

ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତା ମାସ ନବରାତ୍ରୀରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ସୂତ୍ରରୁ ପ୍ରକାଶ ଯେ, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ସୁହେଲଦେବ ଭାରତୀୟ ସମାଜପାର୍ଟି(ଏସ୍‌ବିଏସ୍‌ପି) ନେତା ଓମ ପ୍ରକାଶ ରାଜଭାର ଏବଂ ସମାଜସେବା ପାର୍ଟି ଛାଡି ଭାଜପାରେ ଯୋଗ ଦେଇଥିବା ଦାରା ସିଂ ଚୈହାନଙ୍କୁ ଦଳ ସାମିଲ କରିପାରେ। ସୂଚନାଯୋଗ୍ୟ, ନିକଟରେ ଦାରା ସିଂ ଚୈହାନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଭେଟିଥିଲେ।

ଯୋଗୀ ସରକାରଙ୍କ କ୍ୟାବିନେଟରେ ମୋଟ ୮ଟି ସିଟ ଖାଲି ଅଛି। ଏଭଳି ପରିସ୍ଥିତିରେ ଆଗାମୀ ନିର୍ବାଚନ ପୂର୍ବରୁ ସମସ୍ତ ସମୀକରଣ ସ୍ଥିର କରି ଦଳ ସହଯୋଗୀମାନଙ୍କୁ ବିଶ୍ୱାସରେ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ବିଶ୍ୱାସ କରାଯାଉଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଚେହେରା ମଧ୍ୟ ଏଥିରେ ସ୍ଥାନ ପାଇପାରନ୍ତି। ବର୍ତ୍ତମାନ ଯୋଗୀ ସରକାରରେ ମୋଟ ୫୨ ମନ୍ତ୍ରୀ ଅଛନ୍ତି।

Share