Categories: ଖେଳ

ଉପରକୁ ଉଠିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୮।୧୦:ଆଇସିସି ବିଶ୍ୱକପରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହାର ପ୍ରଭାବ ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ମଧ୍ୟ ଦୃଶ୍ୟମାନ ହେଉଛି। ଭାରତ ପାଇଁ ରୋହିତ ଶର୍ମା ବହୁତ ଭଲ ଫର୍ମରେ ନଜର ଆସିଛନ୍ତି। ତେଣୁ ସେ ଆଇସିସିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମାନ୍ୟତାରେ ଉପରକୁ ଉଠିଛନ୍ତି। ସେ ଆଫଗାନିସ୍ତାନ ବିପକ୍ଷରେ ୧୩୧ ରନ ଏବଂ ପାକିସ୍ତାନ ବିପକ୍ଷରେ ୮୬ ରନ ଖେଳି ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ୫ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଆଫଗାନିସ୍ତାନ ଉଇକେଟ କିପର ବ୍ୟାଟ୍ସମ୍ୟାନ ରହମାନୁଲ୍ଲା ଗୁରୁବାଜ ୧୯ ରୁ ୧୮ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏଥି ସହିତ ପାକିସ୍ତାନ ଅଧିନାୟକ ବାବର ଆଜମ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ଅଛନ୍ତି। ସେ ୮୩୬ ପଏଣ୍ଟ ସହ ନମ୍ବର ୧ରେ ଅଛନ୍ତି ଏବଂ ଶୁବମାନ ଗିଲ ୮୧୮ ପଏଣ୍ଟ ସହ ନମ୍ବର ୨ରେ ଅଛନ୍ତି। ବିରାଟ କୋହଲି ୭୧୧ ପଏଣ୍ଟ ସହ ନବମ ସ୍ଥାନରେ ରହିଛନ୍ତି।
ଆଇସିସି ଦ୍ୱାରା ପ୍ରକାଶିତ ବୋଲିଂ ର଼୍ୟାଙ୍କିଙ୍ଗରେ ଜୋସ ହାଜଲେଉଡ ୬୬୦ ପଏଣ୍ଟ ସହ ନମ୍ବର ୧ରେ ଅଛନ୍ତି। ଟ୍ରେଣ୍ଟ ବୋଲ୍ଟ ଚମତ୍କାର ପ୍ରଦର୍ଶନ କରି ୬୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏଥି ସହିତ ମହମ୍ମଦ ସିରାଜ ୬୫୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ଟପ ୧୦ରେ ଦ୍ୱିତୀୟ ଭାରତୀୟ ବୋଲର ହେଉଛନ୍ତି କୁଲଦୀପ ଯାଦବ ୬୪୧ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଅଛନ୍ତି।

Share