ଚାହିଦା ପୂରା କରିପାରିଲାନି ୟୁପି! ପୁଣି ଏହି ରାଜ୍ୟରୁ ଆସିବ ଆଳୁ

ଭୁବନେଶ୍ୱର,୫୧୮: ଓଡ଼ିଶାରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ପୁଣି ଏକ ରାଜ୍ୟରୁ ଆଳୁ ଆଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏବେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପରେ ଅନ୍ୟ ଏକ ରାଜ୍ୟରୁ ଆଳୁ ଆସିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।

ସେ କହିଛନ୍ତି, ଉତ୍ତରପ୍ରଦେଶ ପରେ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ମଗାଯିବ ଆଳୁ। ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ ଆଲୋଚନା ହେଉଛି। ଓଡ଼ିଶାରେ ୟୁପି ଆଳୁ ବିକ୍ରି ହେଲାଣି, କ୍ୱାଲିଟି ବହୁତ ଭଲ। ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ତେବେ ଯେଗାଣ ମନ୍ତ୍ରୀ ପାତ୍ର ପୂର୍ବରୁ କହିଥିଲେ, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ କରୁଛନ୍ତି। ତେଣୁ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି । କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ । ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଥିଲେ।

Share