Categories: ଜାତୀୟ

କରୋନା ମହାମାରୀରେ ନଦୀରେ ମୃତଦେହ ଭାସୁଥିବା ବେଳେ ଯୋଗୀ ଦେଉଥିଲେ ବିଜ୍ଞାପନ: କେଜରିୱାଲ

ନୂଆଦିଲ୍ଲୀ,୮ ।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କରୋନା ମହାମାରୀର ଦ୍ୱିତୀୟ ଲହରରେ ମୃତ ବ୍ୟକ୍ତିଙ୍କର ଶରୀର ନଦୀରେ ଭାସୁଥିବା ସମୟରେ ଯୋଗୀ ଆଦିତ୍ୟନାଥ ଟାଇମ ମାଗାଜିନକୁ ବିଜ୍ଞାପନ ଦେଉଥିଲେ । ତେଣୁ ତାଙ୍କ ଭଳି ଜଣେ କ୍ରୁର ଶାସକଙ୍କୁ ମୁଁ କେବେ ଦେଖିନାହିଁ ବୋଲି କେଜରିୱାଲ କହିଛନ୍ତି । ଯୋଗୀ ଓ କେଜରିୱାଲଙ୍କ ମଧ୍ୟରେ ଚାଲଇଥିବା ଏମିତି ଟୁଇଟର ୱାର ଏବେ ଚର୍ଚ୍ଚାର କାରଣ ପାଲଟିଛି । ତେବେ କେଜିୱାଲଙ୍କ ଟୁଇଟ୍‌ର ଉତ୍ତର ଦେଇ ଯୋଗୀ କହିଛନ୍ତି, କରୋନା ସଙ୍କଟ ସମୟରେ ଦିଲ୍ଲୀ ସରକାର ପ୍ରବାସୀଙ୍କୁ ରାଜଧାନୀ ଛାଡି ପଳାଇବାକୁ ବାଧ୍ୟ କରିଥିଲେ । ଏମାନଙ୍କ ମଧ୍ୟରେ ଥିବା ମହିଳା, ଶିଶୁ ବି ବଞ୍ଚିବା ପାଇଁ କେମିତି ସଂଘର୍ଷ କରିବାକୁ ପଡେ ତା’ର ଉଦାହରଣ ପାଲଟି ଯାଇଥିଲେ ।

Share