ଉତ୍ତର ପ୍ରଦେଶରେ ହେବ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୯ ।୯: ଗୋଟିଏ ପଟେ ମୁମ୍ବାଇ ଫିଲ୍ମ ସିଟିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଦେଶର ସବୁଠାରୁ ସୁନ୍ଦର ଓ ବଡ ଫିଲ୍ମ ସିଟି ଉତ୍ତର ପ୍ରଦେଶ ନଏଡାର ଗୌତମ ବୁଦ୍ଧ ନଗରରେ ନିର୍ମାଣ କରାଯିବ । ସେ କହିଛନ୍ତି ଫିଲ୍ମ ସିଟି ପାଇଁ ନଏଡା, ଗ୍ରେଟର ନଏଡା ଓ ଯମୁନା ଏକ୍ସପ୍ରେସ୍ ୱେ ସବୁଠାରୁ ଭଲ ସ୍ଥାନ ହେବ । ଶୁକ୍ରବାର ଏକ ବୈଠକରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି । ଏଥିପାଇଁ ସ୍ଥାନ ଚିହ୍ନଟ କରିବାକୁ ସେ ଅଧିକାରୀମାନଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ନିର୍ମାଣ ହେବା ପରେ ଫିଲ୍ମ ନିର୍ମାତାଙ୍କୁ ଏକ ବିକଳ୍ପ ମିଳିବ ଓ ରୋଜଗାରର ମାଧ୍ୟମ ବାହାରିବ ବୋଲି ସେ କହିଛନ୍ତି । ଗାଜିଆବାଦ ଓ ମିରଠକୁ ସ୍ମାର୍ଟ ସିଟି ଭାବେ ବିକଶିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Share