ଲକ୍ଷ୍ନୌ,୩୦ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦିଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅହମଦାବାଦର ୟୁଏନ ମେହେଟା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମା’ଙ୍କ ପରଲୋକ ଖବର ନିଜେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଜଣାଇଛନ୍ତି । ତାଙ୍କ ବିୟୋଗରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭିର ଦୁଃଖ ପ୍ରକାଶ କରିଛନ୍ତି ।
ଯାଗୀ ଆଦିତ୍ୟନାଥ ଟୁଇଟ କରି ଲେଖିଛନ୍ତି, ‘ଜଣେ ପୁଅ ପାଇଁ ମା’ ସାରା ବିଶ୍ୱ ହୋଇଥାଏ, ମା’ଙ୍କ ପରଲୋକ ଗୋଟିଏ ପୁଅ ପାଇଁ ଅସହ୍ୟ ଓ ଅପୁରଣୀୟ କ୍ଷତି ହୋଇଥାଏ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦିଙ୍କ ପୂଜ୍ୟ ମା’ଙ୍କ ପରଲୋକ ଅତ୍ୟନ୍ତ ଦୁଃଖଦ । ପ୍ରଭୁ ଶ୍ରୀରାମ ଅମର ଆତ୍ମାକୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ । ଓଁ ଶାନ୍ତି ।