ଉତ୍ତର ପ୍ରଦେଶରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

ଲକ୍ଷ୍ନୌ,୧୮ ।୪: ଦେଶରେ କରୋନା ମହାମାରୀର ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି ବୋଲି ଅନୁମାନ କରାଯାଉଛି । କିଛିଦିନ ହେବ କରୋନା ସଂକ୍ରମଣ କମ୍ ହୋଇଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ ଓ ଆଉ କିଛି ରାଜ୍ୟରେ ସଂକ୍ରମିତ ବେଳକୁ ବେଳ ବଢିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କିଛି ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦେଇଛନ୍ତି । ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୌତମବୁଦ୍ଧ ନଗର, ଗାଜିଆବାଦ, ମେରଠ, ହାପୁଡ, ବାଗପତ, ବୁଲନ୍ଦସହର ସମେତ ଲକ୍ଷ୍ନୌରେ ବି ମାସ୍କ ବାଧ୍ୟତାମୂଳକ କରାଯାଇଛି । ଉତ୍ତର ପ୍ରଦେଶରେ ଗତ ଏକ ସପ୍ତାହ ହେବ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଛନ୍ତି । କାରଣ କିଛିଦିନ ହେବ ଦେଶରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିବା ବେଳେ ଲୋକେ କରୋନା କଟକଣାକୁ ସାମାନ୍ୟ ହେଲା କରିଦେଇଥିିଲେ । ହେଲେ ଏବେ ପୁଣିଥରେ ସଂକ୍ରମଣ ବଢୁଥିବାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।

Share