ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆଗମନକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଏଠାରେ ଉପୁଜିଥିବା ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ତିକୋନିୟା କୋତୱାଲି ଅଞ୍ଚଳର ତିକୋନିୟା-ବନବିରପୁର ମାର୍ଗରେ ହୋଇଛି । ଉତ୍ୟକ୍ତ କୃଷକମାନେ ୨ଟି ଗାଡିରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଏବେ ସେଠାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା େବେଳ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏହାକୁ ଦୁର୍ଭାଗ୍ୟପୂଣ୍ଣ ବୋଲି କହିଛନ୍ତି । ଲଗାତାର ୩ଟି ଟୁଇଟ୍ କରି ଯୋଗୀ ଆଦିତ୍ୟନାଥ ଲୋକଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିବା ସହ ଦେଷୀଙ୍କ ବିରୋଧରେ କଡା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଘଟଣାସ୍ଥଳରେ ଶାନ୍ତି ବଜାୟ ରଖିବା ସହ ଘଟଣାର ଯାଞ୍ଚରେ ସହଯୋଗ କରିବାକୁ ସେ ଅପିଲ୍ କରିଛନ୍ତି ।