Categories: ଜାତୀୟ

ଶ୍ରାବଣର ଦ୍ୱିତୀୟ ସୋମବାରରେ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଯୋଗୀ

ଗୋରଖପୁର,୧୭।୭: ଉତ୍ତର ପ୍ରଦେଶର ଗୋରଖପୁରରେ ଥିବା ଗୋରଖନାଥ ମନ୍ଦିରରେ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂଜାର୍ଚ୍ଚନା କରିଛନ୍ତି। ଶ୍ରାବଣ ମାସର ଏହା ଦ୍ୱିତୀୟ ସୋମବାର ହୋଇଥିବାରୁ ଯୋଗୀ ସକାଳୁ ସକାଳୁ ମନ୍ଦିର ଯାଇ ପୂଜା କରିଛନ୍ତି।
ଆହୁରି ମଧ୍ୟ ସୋମବାର ସୋମବତି ଅମାବାସ୍ୟା ହୋଇଥିବାରୁ ଶ୍ରଦ୍ଧାଳୁମାନେ ବାରାଣସୀ, ପ୍ରୟାଗରାଜ ଓ ହରିଦ୍ୱାର ସମେତ ପ୍ରାୟ ସମସ୍ତ ଶିବ ମନ୍ଦିରରେ ଭିଡ ଲଗାଇଛନ୍ତି। ଗଙ୍ଗା, ଯମୁନା ଓ ସରସ୍ବତୀରେ ବୁଡ ପକାଇବାକୁ ସୋମବାର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚିଛନ୍ତି। କାଶୀ ବିଶ୍ୱନାଥ ମନ୍ଦିରରେ ବି ବହୁ ସଂଖ୍ୟାରେ ଭକ୍ତ ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଭିଡ ଲଗାଇଛନ୍ତି।

Share