ଲକ୍ଷ୍ନୌ,୨୬।୮: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ମହୋତ୍ସବ ବନ୍ଦ ରଖିବାକୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ-ପ୍ରଶାସନ ସହ ଏକ ବୈଠକ କରି ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ସମାରୋହ, ଧାର୍ମିକ ଉତ୍ସବ, ରାଜନୈତିକ ଆନ୍ଦୋଳନ ଏବଂ ସମାବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ୟୁପି ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଅଗଷ୍ଟ ୨୩ ତାରିଖର ଏହି ଆଦେଶରେ ଦର୍ଶାଯାଇଛି ଯେ, ସର୍ବସାଧାରଣ ସ୍ଥାନରେ ମୂର୍ତ୍ତି ସ୍ଥାପନ କିମ୍ବା ବିସର୍ଜନ କରାଯିବ ନାହିଁ କିମ୍ବା ତାଜିଆ ଶୋଭାଯାତ୍ରା ବାହାର କରାଯିବନାହିଁ। ଗଣେଶ ପୂଜା ଏବଂ ମୋହରମକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।