Posted inଜାତୀୟ

୫ କେଜି ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୦ା୮: ଓଡ଼ିଶାରେ ଏବେ ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍‌ପେଣ୍ଡ ହୋଇଛନ୍ତି। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର କନୌଜ ଅଞ୍ଚଳରେ ସବ-ଇନ୍ସପେକ୍ଟର ରାମକ୍ରିପାଲ ସିଂ ଲାଞ୍ଚ ଭାବେ ଆଳୁ ଡିମାଣ୍ଡ କରିଥିଲେ। ଏକ ମାମଲାର ଫଇସଲା କରିବା ପାଇଁ ଲାଞ୍ଚ ମାଗୁଥିବାର ଏକ ଫୋନ୍ କଲ ରେକର୍ଡ଼ିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଖବର ସାମ୍ନାକୁ ଆସିଥିଲା।

ଘଟଣା ସାମ୍ନାକୁ ଆସିବା ପରେ କନୌଜ ଆରକ୍ଷୀ ଅଧିକ୍ଷକ(ଏସପି) ଅମିତ କୁମାର ଆନନ୍ଦ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏହି ମାମଲାର ଏକ ବିଭାଗୀୟ ଅନୁସନ୍ଧାନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଭାଇରାଲ ଅଡିଓରେ ଅଭିଯୁକ୍ତ ଅଧିକାରୀ ଜଣେ ଚାଷୀଙ୍କୁ ୫ କେଜି “ଆଳୁ” ମାଗୁଥିବା ଶୁଣିବାକୁ ମିଳୁଛି, ଅନ୍ୟପଟେ ଚାଷୀ ଜଣକ ତାଙ୍କର ଅକ୍ଷମତା ପ୍ରକାଶ କରି ୨ କେଜି ଦେବାକୁ କହୁଛନ୍ତି। ଏହା ପରେ ଅଧିକାରୀ ଜଣକ ରାଗି ଯାଇ ତାଙ୍କ ଦାବି ମୁତାବକ ୫ କେଜି ପାଇଁ ଅଡ଼ି ବସୁଛନ୍ତି, ଏହା ପରେ ଅନ୍ତିମ ଚୁକ୍ତି ୩ କେଜିରେ ହେଉଛି। ତେବେ ଆଳୁ ଶବ୍ଦକୁ ପୋଲିସ ଅଧିକାରୀ ଲାଞ୍ଚର କୋଡ୍ ଭାବେ ବ୍ୟବହାର କରିଥିବା ଜଣାପଡିଛି।

କନୌଜ ପୋଲିସ ଏକ୍ସ’ରେ ମାମଲା ସମ୍ପର୍କରେ ଏକ ପ୍ରତିକ୍ରିୟା ରଖିଛି, ଯେଉଁଥିରେ କୁହାଯାଇଛି ଯେ, ଦୋଷୀ ସାବ୍ୟସ୍ତ ହେବା ପରେ ଏସଆଇ ରାମକ୍ରିପାଲଙ୍କୁ ୦୭.୦୮.୨୦୨୪ ରେ ତୁରନ୍ତ ନିଲମ୍ବିତ କରାଯାଇଛି। ଏହା ସହିତ ତୁରନ୍ତ ପ୍ରଭାବରେ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। “


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

ରାହୁଲଙ୍କୁ କାହିଁକି ଭାଇରସ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ୨୫ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶେରାୱାଲି କହି ରାଲିରେ ନିଜର...

ପାକିସ୍ତାନ ଉପରେ ବର୍ଷିଲେ ମୋଦି କହିଲେ, ଜମ୍ମୁ-କଶ୍ମୀରେ ଲାଗୁ ହେବାକୁ ଦେବୁ ନାହିଁ…

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରି ମୋଦି କଂଗ୍ରେସ, ନାଶନାଲ କନଫରେନ୍ସ ଏବଂ ପିଡିପି ଉପରେ ଖୁବ ବର୍ଷିଛନ୍ତି। ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri