Categories: ଜାତୀୟ

ସେକେଣ୍ଡ ହାଣ୍ଡ୍‌ କାର ପାଇଁ ୩ ମାସର ପୁଅ ବିକ୍ରି

ଲକ୍ଷ୍ନୌ,୧୪।୫ : ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ସଭିଙ୍କୁ ଚକିତ କଲା ଭଳି ଘଟଣା। ରାଜ୍ୟର ଏକ ଦମ୍ପତି ସେକେଣ୍ଡ ହାଣ୍ଡ୍‌ କାର କିଣିବା ପାଇଁ ବିକି ଦେଇଛନ୍ତି ୩ ମାସର ପୁଅ। ତେବେ ଶିଶୁର ଜେଜେ ବାପା-ମା’ଙ୍କ ଅଭିଯୋଗ ପରେ ଘଟଣାଟି ସାମ୍ନାକୁ ଆସିଥିବା କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଅଭିଯୋଗ ଅନୁଯାୟୀ, କାନାଉଜର ତିରଓ୍ବା କୋଟଓ୍ବାଲି ଥାନା ଅଞ୍ଚଳରେ ବାସ କରୁଥିବା ଦମ୍ପତି ୪ ଚକିଆ ଯାନ କିଣିବା ପାଇଁ ଦେଢ଼ ଲକ୍ଷ ଟଙ୍କାରେ ଗୁରସାହାଇଗଞ୍ଜର ଏକ ବ୍ୟବସାୟୀଙ୍କୁ ଶିଶୁ ପୁତ୍ର ବିକି ଦେଇଥିଲେ। ଶିଶୁ ପୁତ୍ରକୁ ବିକ୍ରି କରାଯିବା ପୂର୍ବରୁ ଆମେ ଉକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଶୁକ୍ରବାର ପଚରାଉଚୁରା ପାଇଁ ଡକାଇଥିଲୁ ବୋଲି ଇନ୍ସପେକ୍ଟର ଶୈଳେନ୍ଦ୍ର କୁମାର ମିଶ୍ରା କହିଛନ୍ତି।

 

Share