Categories: ଜାତୀୟ

ଚନ୍ଦ୍ରୟାନ-୩ର ସଫଳତା ପାଇଁ ମୋଦିଙ୍କୁ ଶ୍ରେୟ ଦେଲେ ୟୁପି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୩।୮: ଚନ୍ଦ୍ରୟାନ-୩ର ସଫଳତା ପାଇଁ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ। ସେ କହିଛନ୍ତି ଯେ, ଚନ୍ଦ୍ରୟାନ-୩ ମିଶନ ଶେଷ ହେବା ପାଇଁ ଦେଶ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ଗତିରେ ଆଗେଇ ଆସିଛି। ପ୍ରତ୍ୟେକ କ୍ଷେତ୍ରର ବିକାଶ ହୋଇଛି ବୋଲି ସେ ଦାବି କରିଛନ୍ତି। ମିଶନ ଚନ୍ଦ୍ରର ସଫଳତା କାମନା କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି।
ଅଗଷ୍ଟ ୨୩ ସନ୍ଧ୍ୟା ୬.୪୦ରେ ଭାରତ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଦୁନିଆର ଆଖି ଭାରତର ମିଶନ ଚନ୍ଦ୍ର ଉପରେ ରହିଛି। ଚନ୍ଦ୍ରାୟନ -୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ଏହାର ସଫଳ ଅବତରଣ ପାଇଁ ଭାରତରେ ବହୁତ ଉତ୍ସାହ ରହିଛି। ଲୋକମାନେ ବିଭିନ୍ନ ସ୍ଥାନରେ ପ୍ରାର୍ଥନା କରୁଛନ୍ତି। ମନ୍ଦିରରେ ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Share