Categories: ଜାତୀୟ

ୟୁପି ଡିଜିପି ମୁକୁଲ ଗୋଏଲ ବହିଷ୍କୃତ

ଲକ୍ଷ୍ନୌ, ୧୨ା୫: ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମୁକୁଲ ଗୋଏଲଙ୍କୁ ବୁଧବାର ତାଙ୍କ ପଦରୁ ବହିଷ୍କୃତ କରାଯାଇଛି। କର୍ତ୍ତବ୍ୟରେ ହେଳା ଏବଂ ସରକାରୀ ନିର୍ଦ୍ଦେଶ ଅବମାନନା କରୁଥିବାରୁ ତାଙ୍କୁ ଏହି ପଦବୀରୁ ହଟାଯାଇଥିବା ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁକୁଲ ଗୋଏଲଙ୍କୁ ଏବେ ସିଭିଲ ସିକ୍ୟୁରିଟି ଡିଜି ଦାୟିତ୍ୱ ଦିଆଯାଇଛି।

ମୁକୁଲଙ୍କ ସ୍ଥାନରେ ଆଇନ ଶୃଙ୍ଖଳା ବିଭାଗରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ଥିବା ପ୍ରଶାନ୍ତ କୁମାର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ୨୦୨୧ ଜୁଲାଇରେ ମୁକୁଲ ଗୋଏଲ ୟୁପି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଆଲମୋରା, ଜଲାଉନ୍‌, ମଣିପୁରୀ, ହାଥରସ୍‌, ଆଜମଗଡ଼, ଗୋରଖପୁର, ବାରାଣସୀ, ଶାହାରନ୍‌ପୁର ଏବଂ ମିରଟ ଜିଲାରେ ଏସ୍‌ପି/ଏସ୍‌ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ଇଣ୍ଡୋ-ତିବ୍ବେତାନ୍‌ ବର୍ଡର ପୋଲିସ (ଆଇଟିବିପି) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନ୍‌ଡିଆର୍‌ଏଫ୍‌)ରେ ମଧ୍ୟ ନିଯୁକ୍ତ ହୋଇଥିଲେ।

Share