Advertisement

ୟୁପିରେ ୩ଟା ସୁଦ୍ଧା ୪୬.୪୦% ମତଦାନ

ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି ଜିଲାର ୫୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ ୨ କୋଟିରୁ ଅଧିକ ଭୋଟର ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ। ଭୋଟରମାନେ ସକାଳୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଇତିମଧ୍ୟରେ ଅପରାହ୍ନ ୩ଟା ସୁଦ୍ଧା ୟୁପିରେ ୪୬.୪୦ ପ୍ରତିଶତ ଭୋଟ ଦିଆଯାଇଛି। ସର୍ବାଧିକ ୫୦.୭୫ ପ୍ରତିଶତ ମତଦାନ ଚାନ୍ଦୁଲିରେ ବ୍ୟବହାର କରାଯାଇଛି। ସେହିପରି ବାରାଣସୀରେ ସର୍ବନିମ୍ନ ୪୩.୯୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share