ଲକ୍ଷ୍ନୌ,୨୪।୯: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛି ଯେ,ଦଳ ନିଶାଦ ପାର୍ଟି ଏବଂ ଅପ୍ନା ଦଳ ସହ ମିଶି ୟୁପିରେ ନିର୍ବାଚନ ଲଢିବ। ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମୁଁ ଗତ ତିନି ଦିନ ହେବ ୟୁପିରେ ଅଛି। ନିଶାଦ ପାର୍ଟି ଏବଂ ଅପ୍ନା ଦଳ ସହ ଭାଜପା ମେଣ୍ଟ କରିଛି। ୨୦୨୨ରେ ଆମେ ପୂରା ଶକ୍ତି ସହିତ ଏକତ୍ର ନିର୍ବାଚନ ଲଢିବୁ। ମୁଁ ତିନି ଦିନ ମଧ୍ୟରେ ହୃଦୟଙ୍ଗମ କଲି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୋଗ ଆଦିତ୍ୟନାଥଙ୍କ ଉପରେ ଜନସାଧାରଣଙ୍କର ଅଦମ୍ୟ ବିଶ୍ୱାସ ରହିଛି। ଗଣତନ୍ତ୍ରରେ ବିଶ୍ୱାସ ହେଉଛି ସବୁଠାରୁ ବଡ ସମ୍ପତ୍ତି। ୨୦୨୨ରେ ୟୁପିର ବିଜୟ ଗୁରୁତ୍ୱପୂର୍ଣ୍ଣ। ସରକାର ଏବଂ ସଂଗଠନର କାର୍ଯ୍ୟ ଏବଂ ସମନ୍ବୟ ହେତୁ ଆମେ ଜିତିବୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।