Advertisement

ଉତ୍ତର ପ୍ରଦେଶ ନିର୍ବାଚନ ଗଣତି, ଆଗରେ ଏହି ଦଳ

ନୂଆଦିଲ୍ଲୀ,୪୬: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ଗଣତି ଜାରି ରହିଛି ବିଜେପି-ଇଣ୍ଡି ମିିଳିତ ମଞ୍ଚ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିିଳିଛି| ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦି, ଲକ୍ଷ୍ନେରୁ ରାଜନାଥ ସିଂ ଆଗରେ ରହିଛନ୍ତି | ଆମେଠିରୁ ନିର୍ବାଚନ ଲଢ଼ୁଥିବା ସ୍ମୃତି ଇରାନୀ ନିକଟତର ପ୍ରତିଦ଼୍ବନ୍ଦୀଙ୍କ ଠାରୁ ପଛରେ ରହିଛନ୍ତି| ସେହିପରି ରାଏବରେଲୀରୁ ରାହୁଲ ଗାନ୍ଧୀ ଏବଂ କନୌଜରୁ ଅଖିଳେଶ୍ ଯାଦବ ଆଗରେ ରହିଛନ୍ତି| ଡିମ୍ଫଲ ଯାଦବ ମଧ୍ୟ ଆଗରେ ରହିଥିବା ଦେଖିବାକୁ ମିଳିଛି|

ଅନ୍ୟପଟେ ମୋଦିଙ୍କୁ ପ୍ରାରମ୍ଭିକ ପଯର୍ୟାୟରେ କଡ଼ା ଟକ୍କର ଦେଇଥିଲେ ଅଜୟ ରାୟ। ପ୍ରାରମ୍ଭିକ ଟ୍ରେଣ୍ଡରେ ଅଜୟ ରାୟ ବାରାଣସୀ ଆସନରେ ମୋଦିଙ୍କ ଠାରୁ ୬,୩୦୦ ଖଣ୍ଡ ଭୋଟରେ ଆଗରେ ଥିଲେ। ଅବଶ୍ୟ ମୋଦି ଏବେ ଲିଡ୍‌ ହାସଲ କରି ନେଇଛନ୍ତି। କିନ୍ତୁ ଅଜୟ ରାୟ ମଧ୍ୟ ବେଶୀ ପଛରେ ନାହାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share