ଆସନ ବଞ୍ଚାଇପାରିଲେନି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶ ଜନାଦେଶର ଚିତ୍ର ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ୭୩୩୭ ଭୋଟରେ ଏସ୍‌ପି ପ୍ରାର୍ଥୀ ପଲ୍ଲବୀ ପଟେଲ ତାଙ୍କୁ ପରାଜିତ କରିଥିବା ଜଣାପଡ଼ିଛି। ଅନ୍ୟପଟେ ନିଜ ପରାଜୟକୁ ସ୍ବୀକାର କରିଛନ୍ତି କେଶବ ପ୍ରସାଦ। କର୍ମକର୍ତ୍ତାଙ୍କ ପରିଶ୍ରମ ଓ ଜନତାଙ୍କ ମତଦାନକୁ ଧନ୍ୟବାଦ ଜଣାଇ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନା ମୁତାବକ କେଶବ ପ୍ରସାଦ ୯୮୯୪୧ ଭୋଟ ହାତେଇଛନ୍ତି। ସେହିପରି ପଲ୍ଲବୀଙ୍କୁ ୧୦୬୨୭୮ ଭୋଟ ମିଳିଛି। ବିଏସ୍‌ପିର ମନ୍‌ସୁର ଅଲ୍ଲୀଙ୍କୁ ମିଳିଛି ୧୦୦୭୩ ଖଣ୍ଡ ଭୋଟ।

Share