Categories: ଜାତୀୟ

ୟୁପି ଏନକାଉଣ୍ଟର: ଏନକାଉଣ୍ଟରରେ ୧୪୪ଟି ମାମଲାରେ ହୋଇଛି କେସ୍‌ କ୍ଲୋଜ୍‌

ଲକ୍ଷ୍ନୌ,୧୨।୮: ୨୦୧୭ରୁ ଏବେ ଯାଏଁ ଉତ୍ତରପ୍ରଦେଶରେ ହୋଇଥିବା ୧୮୩ଟି ଏନକାଉଣ୍ଟରର ଯାଞ୍ଚ ଉପରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ମାମଲାଗୁଡ଼ିକ ମଧ୍ୟରୁ କେତୋଟି ସନ୍ଦିଗ୍ଧ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ସନ୍ଦିଗ୍ଧ ମାମଲାରୁ କାହାକୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ଏହାର ସ୍ଥିତି କ’ଣ। ଚାରି ସପ୍ତାହ ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ ଏସସି ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଏସ ରବିନ୍ଦ୍ର ଭଟ ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କ ବେଞ୍ଚ ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ଘଟଣାର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୋଲିସର ମଧ୍ୟ ଭୂମିକା ରହିଥାଇପାରେ ବୋଲି ବେଞ୍ଚ କହିଛନ୍ତି। ୟୁପି ସରକାଙ୍କେ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଓ ଜେନେରାଲ ଅଜୟ କୁମାର ମିଶ୍ର ବେଞ୍ଚକୁ କହିଛନ୍ତି, ୧୮୩ଟି ମାମଲା ମଧ୍ୟରୁ ୧୪୪ଟି ଏନକାଉଣ୍ଟରରେ କେସ୍‌ ବନ୍ଦ ହୋଇସାରିଛି।

Share