Categories: ଜାତୀୟ

ଟୁଇଟରରେ ଅକ୍ସିଜେନ ପାଇଁ ସହାୟତା ମାଗିବାରୁ ଯୁବକ ଗିରଫ

ଲକ୍ଷ୍ନୌ,୨୮।୪ : ଉତ୍ତର ପ୍ରଦେଶର ଆମେଠି ଜିଲାର ଜଣେ ବ୍ୟକ୍ତି ଜେଜେବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଟୁଇଟରରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଆବେଦନ କରିଥିଲେ। ଏଥି ନେଇ ତାଙ୍କ ବିରୋଧରେ ଆପରାଧିକ ମାମଲା ଦାୟର କରିଛି ପୋଲିସ।

ଶଶାଙ୍କ ଯାଦବ ଟୁଇଟ୍‌ରେ ଉଲ୍ଲେଖ କରି ନାହାନ୍ତି, ତାଙ୍କ ଜେଜେବାପା କରୋନା ଆକ୍ରାନ୍ତ କି ନାହିଁ। ଏହି ପୋଷ୍ଟରେ ସେ ସୋନୁ ସୁଦଙ୍କୁ ଟ୍ୟାଗ କରିଛନ୍ତି। ତାଙ୍କ ବିରୋଧରେ ଲୋକଙ୍କୁ ଭୟଭିତ କରିବା ପାଇଁ ଗୁଜବର ପ୍ରଚାର କରିବା ମାମଲା ରୁଜୁ କରିଛି ପୋଲିସ।

ରାମଗଞ୍ଜ ଥାନାର ଏସ୍‌ଆଇ ବୀରେନ୍ଦ୍ର ସିଂଙ୍କ ଅନୁଯାୟୀ, ୟୁପି ସରକାରଙ୍କୁ ଟାର୍ଗେଟ କରି ଶଶାଙ୍କ ଅକ୍ସିଜେନ ଯୋଗାଣ ସମ୍ପର୍କରେ ମିଛ ପ୍ରଚାର କରୁଛନ୍ତି। ତଦନ୍ତରୁ ଜଣାପଡ଼ିଛି, ଶଶାଙ୍କ ମିଛ ଟୁଇଟ୍‌ ଯୋଗୁ କିଛି ବ୍ୟକ୍ତି ସରକାରଙ୍କୁ ସମାଲୋଚନା କରୁଛନ୍ତି।

Share