Categories: ଜାତୀୟ

ପଞ୍ଚଭୂତରେ ବିଲିନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ: ପୁଅ ରାଜବୀର ଦେଲେ ମୁଖାଗ୍ନି

ଆଲିଗଡ଼,୨୩ ।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ବୁଲନ୍ଦସହରର ନରୌରା ଘାଟରେ ଅନ୍ତିମ ସଂସ୍କାର କରାଯାଇଛି । ପୁଅ ରାଜବୀର ସିଂ କଲ୍ୟାଣ ସିଂଙ୍କୁ ମୁଖାଗ୍ନି ଦେଇଛନ୍ତି । ତାଙ୍କର ଅନ୍ତିମ ସଂସ୍କାରରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସ୍ମୃତି ଇରାନି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଆହୁତି ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେବା ଫଳରେ କିଛି ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ରବିବାର କଲ୍ୟାଣ ସିଂ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଲକ୍ଷ୍ନୌରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବି ତାଙ୍କ ପୈତୃକ ସହର ଆଲିଗଡ଼ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Share