Categories: ଜାତୀୟ

ମହମବତୀ କାରଖାନାରେ ଲାଗିଲା ନିଆଁ, ୭ଜଣଙ୍କ ଜୀବନଗଲା

ଗାଜିଆବାଦ୍‌, ୫।୭: ଉତ୍ତରପ୍ରଦେଶର ଗାଜିଆବାଦ ଜିଲା ମୋଦିନଗର ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖଶାରେ ଭୀଷଣ ନିଆଁ ଲାଗିଯାଇଛି। ଫଲରେ ୭ଜଣ ଜୀବନ୍ତଦଗ୍ଧ ହୋଇଥିବାବେଳେ ୪ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏବେ ବି କାରଖାନା ଭିତରେ ଅନେକ କର୍ମଚାରୀ ଫଶି ରହିଥିବା ସୂଚନା ମିଳିଛି। ନିଆଁ କେମିତି ଲାଗିଲା ପର୍ଯ୍ୟନ୍ତ ଜଣା ପଡିନାହିଁ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାରଖାନା ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ତ୍ତର ପ୍ରଦେଶ ମୁଖ୍ୟାମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି।

Share